ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିର ନିର୍ମାଣ ପାଇଁ ପରିବାର ପିଛା ୧୧ ଟଙ୍କା ଓ ଖଣ୍ଡେ ପଥର ମାଗିଛନ୍ତି। ବର୍ତ୍ତମାନ ଝାଡ଼ଖଣ୍ଡରେ ଚାଲିଛି ବିଧାନସଭା ନିର୍ବାଚନ। ନିର୍ବାଚନରେ ବିଜେପି ପାଇଁ ପଚାର କରିବାକୁ ଯୋଗୀ ଆଦିତ୍ୟନାଥ ଏକ ରାଲିରେ ଯୋଗ ଦେଇଥିଲେ। ଏହି ଅବସରରେ ରାମ ମନ୍ଦିର ପ୍ରସଙ୍ଗ ଉଠାଇ ବିଜେପିକୁ ଭୋଟ୍‌ ଦେବା ପାଇଁ କହିଥିଲେ ଯୋଗୀ।

ଯୋଗୀ କହିଥିଲେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଦେଶରେ ଲାଗି ରହିଥିବା ୫୦୦ ବର୍ଷ ପୁରୁଣା ଅଯୋଧ୍ୟା ମାମଲାର ସମାଧାନ ହୋଇପାରିଛି। ହେଲେ କିଛି ଲୋକେ ଏହାର ସମାଧାନ ହେବାକୁ ଚାହୁଁନଥିଲେ। ବର୍ତ୍ତମାନ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିଶ୍ଚିତ ହୋଇଯାଇଛି। ଏହି ପୁଣ୍ୟକାମ ପାଇଁ ଝାଡ଼ଖଣ୍ଡର ପ୍ରତି ଘରୁ ୧୧ଟଙ୍କା ଏବଂ ଖଣ୍ଡେ ପଥର ଦାନ କରନ୍ତୁ।”

ଯୋଗୀ ଆହୁରି ମଧ୍ୟ କହିଥିଲେ ଯେ, ବିପକ୍ଷ କହୁଥିଲେ ଅଯୋଧ୍ୟା ମାମଲାର ଶୁଣାଣି ହେଲେ ଦେଶରେ ହିଂସା ବଢ଼ିଯିବ। ହେଲେ ବର୍ତ୍ତମାନ ସୁଦ୍ଧା ଗୋଟେ ମାଛି ବି ମରିନାହିଁ ବୋଲି ଯୋଗୀ ନିଜ ନିର୍ବାଚନ ରାଲିରେ କହିଥିଲେ।

Comment