ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେଆଇନ ଭାବେ କାଠ ଚାଲାଣ ହେଉଥିବା ବେଳେ ଜୟପୁର ବନଖଣ୍ଡ ପକ୍ଷରୁ ଚଢାଉ କରି ୩ ଜଣ କାଠ ମାଫିଆଙ୍କୁ ଗିରଫ କରାଯାଇଛି।

ଟାଟା ମ୍ୟାଜିକ ଗାଡିରେ କାଠ ଚାଲାଣ ହେଉଥିବା ବେଳେ ଜୟପୁର ବ୍ଲକ ଅନ୍ତର୍ଗତ କୁନ୍ତରକାଲଠାରେ ଚଢାଉ କରାଯାଉଥିଲା। ଚଢାଉ କରି ବନ ବିଭାଗ ୯ ଖଣ୍ଡ କାଠ, ଟାଟା ମ୍ୟାଜିକ ଗାଡି ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି।

ଗିରଫ ହୋଇଥିବା ୩ ବ୍ୟକ୍ତି ହେଲେ ସୁରେଶ ବିଷୋୟୀ, ସୁବାଷ ହରିଜନ, ସୁଧାଂଶୁ ସାହୁ।

ଏହି ଚଢ଼ାଉରେ  ରେଞ୍ଜର ରଶ୍ମି ରଞ୍ଜନ ସ୍ୱାଇଁ, ଫରେଷ୍ଟର ଦୁର୍ଯ୍ୟେଧନ ଗଣ୍ଡ, ପ୍ରଶାନ୍ତ ସାମନ୍ତରାୟ, ରାମ ଚନ୍ଦ୍ର ନେପାକ ପ୍ରମୁଖ ଉପସ୍ଥିତ ଥିଲେ।

Comment