ଓଡ଼ିଶାଲାଇଭ୍ ବ୍ୟୁରୋ

ପବନରୁ ତିଆରି ହେଉଛି ପାଣି, କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। ତେବେ କଥାଟି କିନ୍ତୁ ପୂରାପୂରି ସତ। ଦକ୍ଷିଣ-ପୂର୍ବ ରେଳପଥ ତରଫରୁ ଏକ ମେସିନ ସାହାଯ୍ୟରେ ପବନରୁ ପିଇବା ପାଣି ତିଆରି କରାଯାଉଛି। ଏହି ପାଣିର ଲିଟର ପ୍ରତି ଦାମ ରହିଛି ମାତ୍ର ୫ ଟଙ୍କା।

ଗତ ଗୁରୁବାରଠାରୁ ଦକ୍ଷିଣ-କେନ୍ଦ୍ର ରେଳପଥର ସିକନ୍ଦରାବାଦ୍ ରେଳ ଷ୍ଟେସନରେ ଏଭଳି ଏକ ନୂଆ କଥା ଦେଖିବାକୁ ମିଳିଛି। ରେଳ ଷ୍ଟେସନରେ ମେଘଦୂତ କୌଶଳ ସାହାଯ୍ୟରେ ପବନରୁ ପାଣି ପ୍ରସ୍ତୁତ କରାଯାଉଛି। ପ୍ରଥମେ ବାୟୁ ଗୁଡ଼ିକ ଗୋଟିଏ ମେସିନରେ ଭର୍ତ୍ତି ହୋଇଥାଏ। ସେଥିରେ ଥିବା ଜଳକଣାଗୁଡ଼ିକୁ ମେସିନ ପ୍ରଥମେ ସଂଗ୍ରହ କରିନିଏ। ଏହି ଜଳକଣାଗୁଡ଼ିକୁ ସେହି ମେସିନରେ ହିଁ ବିଶୋଧିତ କରାଯାଇଥାଏ। ଏହାପରେ ଲୋକମାନଙ୍କୁ ଥଣ୍ଡା ଥଣ୍ଡା ପିଇବା ପାଣି ମିଳିପାରୁଛି।

ଏହି ମେସିନ ସାହାଯ୍ୟରେ ଦିନକୁ ପ୍ରାୟ ଏକ ହଜାର ଲିଟର ପାଣି ପ୍ରସ୍ତୁତ କରାଯାଉଛି। ଏହା ପରିବେଶ ଉପଯୋଗୀ ହେବା ସହ ଲୋକମାନଙ୍କ ଆବଶ୍ୟକତାକୁ ପୂରଣ କରିପାରିବ ବୋଲି କୁହାଯାଉଛି।

Comment