ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଟାଉନ୍‌ ପୋଲିସକୁ ମିଳିଛି ବଡ଼ ସଫଳତା। ଅକ୍ଟୋବର ୧୭ତାରିଖ ଦିନ ଦ୍ୱିପହରରେ ମହିଳାଙ୍କ ବେକରୁ ଚେନ୍‌ ନେଇ ଫେରାର ହୋଇଯାଇଥିବା ଦୁର୍ବୃତ୍ତ ଗ୍ୟାଙ୍ଗକୁ କାବୁ କରିବାରେ ପୋଲିସ ସଫଳ ହୋଇଛି।

ଗତ ଅକ୍ଟୋବର ୧୭ତାରିଖରେ ରାୟଗଡ଼ା ସହରସ୍ଥିତ ନ୍ୟୁ କଲୋନୀ ଦ୍ୱିତୀୟ ଗଳିରେ ଜଣେ ବୟଷ୍କ ମହିଳା ମାଙ୍ଗି ଅମ୍ମାଙ୍କୁ ଏକୁଟିଆ ଦେଖି କିଛି ଦୁର୍ବୃତ୍ତ ତାଙ୍କ ବେକରୁ ଚେନ୍ ଝାମ୍ପି ଫେରାର ହୋଇଯାଇଥିଲେ। ଏ ନେଇ ପରିବାର ଲୋକ ଟାଉନ୍‌ ଥାନାରେ ଏତଲା ଦାୟର କରିବା ପରେ ପୋଲିସ ଘଟଣାର ଦତନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ପ୍ଲାଣ୍ଟସାଇଟ ଥାନା ଅଞ୍ଚଳର ବାବୁଲା ସାହୁ ଓ ଦିନେଶ ସାହୁ।

ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ଥିବା ଆଉ ଦୁଇଜଣ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ପୋଲିସ ସୂଚନା ଅନୁଯାୟୀ, ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗ ରାୟଗଡ଼ା ସହରବାସୀଙ୍କୁ ଦୀର୍ଘ ଦିନରୁ ଟାର୍ଗେଟ କରି ଚେନ୍ ଲୁଟ ଘଟଣା ଘଟାଇ ଚାଲିଥିବାବେଳେ ଟାଉନ୍‌ ପୋଲିସର ନିଦ ହଜାଇ ଦେଇଥିଲା। ତେବେ ପୋଲିସ ଲୁଟେରା ଗ୍ୟାଙ୍ଗକୁ କାବୁ କରିଥିବା ଖବର ପ୍ରସାରିତ ହେବା ପରେ ରାୟଗଡ଼ା ସହରବାସୀଙ୍କୁ ଆଶ୍ୱସ୍ତି ମିଳିଛି।

Comment