ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରିବାକୁ ଯାଉଛି ୨୦୧୯ ମସିହା। ଚଳିତ ବର୍ଷ ବିଦେଶୀ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନିଗୁଡ଼ିକ ଭାରତରେ ବେଶ୍‌ ଭଲ ବ୍ୟବସାୟ କରିଛନ୍ତି। ବିଶେଷକରି ସାଓମି, ରିୟଲମି ଏବଂ ସାମସଙ୍ଗ ଭଲ ବଜେଟ୍‌ରେ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରି ଭାରତୀୟ ଗ୍ରାହକଙ୍କୁ ଆକୃଷ୍ଟ କରିପାରିଛନ୍ତି। ତେବେ ଆସନ୍ତୁ ଜାଣିବା ୨୦୧୯ ବର୍ଷରେ ଭାରତରେ ଲଞ୍ଚ୍‌ ହୋଇଥିବା ୫ଟି ବଜେଟ୍‌ ସ୍ମାର୍ଟଫୋନ୍‌ର ଦାମ୍‌ ଏବଂ ଫିଚର ବିଷୟରେ।

ରିୟଲମି ୫ ପ୍ରୋ

ଚଳିତବର୍ଷ ସେପ୍ଟେମ୍ବର ମାସରେ ଲଞ୍ଚ ହୋଇଥିଲା ରିୟଲମି ୫ ପ୍ରୋ ସ୍ମାର୍ଟଫୋନ୍‌। ବର୍ତ୍ତମାନ ବଜାରରେ ଏହାର ଦାମ୍‌ ରହିଛି ୧୩,୯୯୯ ଟଙ୍କା। ୪ ଜିବି ରାମ୍‌ ବିଶିଷ୍ଟ ଏହି ସ୍ମାର୍ଟଫୋନ୍‌ରେ ୬୪ ଜିବିର ଇଣ୍ଟର୍ଣ୍ଣାଲ ମେମୋରୀ ରହିଛି। ଚଳି ବର୍ଷ ଏହି ସ୍ମାର୍ଟଫୋନ୍‌କୁ ଗ୍ରାହକ ବେଶ୍‌ ପସନ୍ଦ କରିଛନ୍ତି। ୨୦୧୯ ବଜେଟ୍‌ ଫୋନ୍‌ ତାଲିକାରେ ଏହା ରହିଛି ଆଗରେ। ଆସନ୍ତୁ ଜାଣିବା ଏହା ଫିଚର

  • ୬.୩୦ ଇଞ୍ଚ ବିଶିଷ୍ଟ ଫୁଲ ଏଚ୍‌ଡି ଡିସ୍‌ପ୍ଲେ(୧୦୮୦x୨୩୪୦ ପିକ୍ସେଲ)
  • କ୍ୱାଲ୍‌କମ୍‌ ସ୍ନାପଡ୍ରାଗନ ୭୧୨ ଏଆଇଇ ପ୍ରୋସେସର
  • ୪ଟି ରିୟର କ୍ୟାମେରା (୪+୮+୨+୨) ମେଗାପିକ୍ସେଲ
  • ଆଣ୍ଡ୍ରଏଡ ୯ ପାଇ (ଆଣ୍ଡ୍ରଏଡ ୱାନ) ଓଏସ୍‌
  • ୪୦୩୫ ଏମ୍‌ଏଚ୍‌ ବ୍ୟାଟେରୀ

ରେଡ୍‌ମି ନୋଟ୍‌ ୮ ପ୍ରୋ

ଗତ ଅକ୍ଟୋବର ୨୧ ତାରିଖରେ ଭାରତରେ ଲଞ୍ଚ୍‌ ହୋଇଥିଲା ରେଡ୍‌ମି ନୋଟ୍‌ ୮ ପ୍ରୋ। ଏହାର 6GB/64GB ଭାରିଏଣ୍ଟର ମୂଲ୍ୟ ୧୪,୯୯୯, 6GB/128GBର ମୂଲ୍ୟ ୧୫,୯୯୯ ଏବଂ 8GB/128GBର ମୂଲ୍ୟ ୧୭,୯୯୯ଟଙ୍କା ରହିଛି। ଏହାର ଫିଚର ହେଉଛି,

  • ଫାଷ୍ଟ ଗେମିଂ ପାଇଁ MediaTek G90t ଚିପ୍‌ ସେଟ୍‌
  • ୪ଟି ରିୟର କ୍ୟାମେରା (ପ୍ରାଇମେରୀ ୬୪ ମେଗାପିକ୍ସେଲ)
  • ସେଲ୍‌ଫି ପାଇଁ ୨୦ ମେଗାପିକ୍ସେଲ ଫ୍ରଣ୍ଟ୍‌ କ୍ୟାମେରା
  • ୪୫୦୦ ଏମ୍‌ଏଏଚ୍‌ ବ୍ୟାଟେରୀ
  • ୧୮ ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ

ରେଡ୍‌ମି ନୋଟ୍‌ ୮

ଚଳିତ ବର୍ଷ ଚୀନ୍‌ ସାଓମି ପକ୍ଷରୁ ରେଡ୍‌ମି ନୋଟ୍ ୮ ନାମରେ ଆଉ ଏକ ସ୍ମାର୍ଟଫୋନ୍‌ ଲଞ୍ଚ୍‌ ହୋଇଥିଲା। ବର୍ତ୍ତମାନ ଏହି ସ୍ମାର୍ଟଫୋନର 4GB+64GB ଭାରିଏଣ୍ଟର ମୂଲ୍ୟ ୯,୯୯୯ ଟଙ୍କା ଏବଂ 6GB+128GBର ମୂଲ୍ୟ ୧୨,୯୯୯ ଟଙ୍କା ରହିଛି। ୨୦୧୯ର ବଜେଟ୍‌ ସ୍ମାର୍ଟଫୋନ୍‌ ତାଲିକାରେ ଏହାକୁ ସାମିଲ କରାଯାଇଛି। ଏହି ସ୍ମାର୍ଟଫୋନ୍‌ର ଫିଚର ହେଲା,

  • ୬.୩ ଇଞ୍ଚ୍‌ ଡିସ୍‌ପ୍ଲେ
  • କ୍ୱାଲକମ୍ ସ୍ନାପଡ୍ରାଗନ୍‌ ୬୬୫ ପ୍ରୋସେସର
  • କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌
  • ୪୮ ମେଗାପିକ୍ସେଲ ରିଅର କ୍ୟାମେରା
  • ସେଲ୍‌ଫି ପାଇଁ ୧୩ ମେଗାପିକ୍ସେଲ ଫ୍ରଣ୍ଟ୍‌ କ୍ୟାମେରା
  • ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ

ସାମସଙ୍ଗ ଗାଲାକ୍ସି ଏମ୩୦ଏସ

ବଜେଟ୍‌ ସ୍ମାର୍ଟଫୋନ୍‌ ତାଲିକାରେ ସାମସଙ୍ଗ ଗାଲାକ୍ସି ଏମ୩୦ଏସ ହେଉଛି ଅନ୍ୟତମ। 4GB+64GB ମୋମୋରୀ ଥିବା ଏହି ସ୍ମାର୍ଟଫୋନ୍‌ର ଦାମ୍‌ ହେଉଛି ୧୩,୯୯୯ଟଙ୍କା। ଗତ ସେପ୍ଟେମ୍ବର ମାସରେ ଏହା ଭାରତରେ ଲଞ୍ଚ୍‌ ହୋଇଥିଲା। ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଫିଚର।

  • ୬.୪ଇଞ୍ଚ ବିଶିଷ୍ଟ ସୁପର ଏମୋଲେଡ ଡିସ୍‌ପ୍ଲେ
  • ୬ ହଜାର ଏମଏଏଚ୍‌ ବ୍ୟାଟେରୀ
  • ଆଣ୍ଡ୍ରଏଡ୍‌ ୯ ପାଇ ଅପରେଟିଂ ସିଷ୍ଟମ
  • ଟ୍ରିପଲ ରିୟର କ୍ୟାମେରା (ପ୍ରାଇମେରୀ ୪୮ ମେଗାପିକ୍ସେଲ)
  • ଅକ୍ଟାକୋର ଏକ୍ସିନୋଜ୍‌ ୯୬୧୧ ପ୍ରୋସେସର

ଓପୋ ଏ୯ ୨୦୨୦

୨୦୧୯ ବଜେଟ୍‌ ସ୍ମାର୍ଟଫୋନ୍‌ ତାଲିକାରେ ସାମିଲ ହୋଇଛି ଗତ ସେପ୍ଟେମ୍ବରରେ ଲଞ୍ଚ୍‌ ହୋଇଥିବା ଓପୋ ଏ୯ ୨୦୨୦। ବର୍ତ୍ତମାନ ଏହି ସ୍ମାର୍ଟଫୋନର ୪ ଜିବି ରାମ୍‌ ଭାରିଏଣ୍ଟର ମୂଲ୍ୟ ୧୫୯୯୦ ଟଙ୍କା ରହିଥିବା ବେଳେ ୮ ଜିବି ରାମ୍‌ ଭାରିଏଣ୍ଟର ମୂଲ୍ୟ ୧୯,୯୯୦ ଟଙ୍କା ରହିଛି। ଗ୍ରାହକ ଏହାକୁ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ଷ୍ଟୋରରୁ କିଣି ପାରିବେ।

  • ୬.୫ ଇଞ୍ଚ ଡିସପ୍ଲେ, ଗରିଲା ଗ୍ଲାସ ପ୍ରୋଟେକ୍ସନ
  • ଅକ୍ଟାକୋର ସ୍ନାପଡ୍ରାଗନ ୬୬୫ ପ୍ରୋସେସର
  • କଲର ଓଏସ୍‌ ୬.୦.୧(ଆଣ୍ଡ୍ରଏଡ୍‌ ୯ ପାଇ ଭର୍ସନ)
  • କ୍ୱାଡ ରିୟର କ୍ୟାମେରା ସେଟ୍‌ଅପ୍‌
  • ୪୮ ମେଗାପିକ୍ସେଲ ରିୟର କ୍ୟାମେରା
  • ୧୬ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା
  • ୫୦୦୦ ଏମ୍‌ଏଏଚ୍‌ ବ୍ୟାଟେରୀ

Comment