ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର: ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଘର ପଟ୍ଟା ଦେବାକୁ ଦାବି କରିଛି କଂଗ୍ରେସ। ଶନିବାର ଏଥିପାଇଁ ଜୟପୁରର ରଜାନହର ତହସିଲ ସମ୍ମୁଖରେ ଧାରଣାରେ ବସିଛନ୍ତି କଂଗ୍ରେସ କର୍ମୀ।

ଶନିବାର ନଗର କଂଗ୍ରେସ ସଭାପତି ନରେନ୍ଦ୍ର ମହାନ୍ତିଙ୍କ ଆହ୍ୱାନରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା। ଏହାପରେ କଂଗ୍ରେସ ନେତାମାନେ ଆସି ରଜନହର ତହସିଲ ଆଗରେ ଧାରଣାରେ ବସିଥିଲେ।ସେମାନେ କହିଥିଲେ ଯେ, ସରକାର ବସ୍ତିବାସିନ୍ଦାମାନଙ୍କୁ ପଟ୍ଟା ଦେବା ପାଇଁ ଜମି ଚିହ୍ନଟ କରିଛନ୍ତି। ଏପରିକି ଲୋକମାନଙ୍କ ପାଇଁ ଖଜଣା ମଧ୍ୟ ଧାର୍ଯ୍ୟ କରାଯାଇସରିଛି। ଏହାପରେ ମଧ୍ୟ କୌଣସି ଲୋକଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରାଯାଇନାହିଁ। ତେଣୁ ତୁରନ୍ତ ସରକାର ବସ୍ତିବାସିନ୍ଦାମାନଙ୍କୁ ଜମି ପଟ୍ଟା ଦେବାକୁ ଦାବି କରିଛନ୍ତି। ଏହି ଧାରଣାରେ ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇ ତୁରନ୍ତ ସରକାର ଏନେଇ ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ।ଏହାସହ ଯଦି ଆସନ୍ତା ଦିନ ୧୫ ଭିତରେ ଯଦି ସରକାର ଲୋକମାନଙ୍କୁ ସେମାନଙ୍କର ପଟ୍ଟା ନଦିଅନ୍ତି ତେବେ କଂଗ୍ରେସ ଆମରଣ ଅନସନ କରିବ ବୋଲି କୁହଯାଇଛି। ଏପରିକି ଆଗକୁ ଏଥିପାଇଁ କୋରାପୁଟ ଜିଲ୍ଲା ବନ୍ଦ କରାଯିବ ବୋଲି ମଧ୍ୟ କଂଗ୍ରେସ କର୍ମୀମାନେ ଚେତାବନୀ ଦେଇଛନ୍ତି। ଶନିବାର ଏହି ଧାରଣାରେ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ବରିଷ୍ଠ କଂଗ୍ରେସ ନେତା ବୁଲୁ ସାହୁ, କାନ୍ତି ପାଢ଼ୀ, ନିହାର ବିଷୋଇଙ୍କ ସହ ସହରର ବସ୍ତିବାସିନ୍ଦାମାନେ ଯୋଗଦେଇଥିଲେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/JbiFeChOJ141BO7qioQFpj

Comment