ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରେମ ଓ ବିବାହ କଥା ଦେଇ ଓଲିଉଡ୍‌ ଅଭିନେତ୍ରୀ ଠକି ଥିବା ଅଭିଯୋଗ। ଏପରି ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ପଦ୍ମରାଜୁ ରବିକୁମାର ନାମକ ଜଣେ ଯୁବକ। ବିବାହର ପ୍ରତିଶ୍ରୁତି ଦେଇ ଯୁବକଙ୍କଠାରୁ ଲାପଟପ, ଦୁଇ ଲକ୍ଷ ଟଙ୍କା ଓ ସୁନାଚେନ୍‌ ନେଇଥିବା ଯୁବକ ଜଣକ ଅଭିଯୋଗ କରିଛନ୍ତି।

ମାଟ୍ରିମୋନି ସାଇଟରେ ଅଭିନେତ୍ରୀଙ୍କ ସହ ଯୁବକଙ୍କ ସାକ୍ଷାତ ହୋଇଥିଲା। ପରେ ପ୍ରେମ ଓ ବିବାହ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା। ତା’ ପରେ ଯୁବକ ଜଣକ ଅଭିନେତ୍ରୀଙ୍କୁ ଦାମୀ ଉପହାର, ଟଙ୍କା ଓ ସୁନା ଦେଇଥିଲେ। ୨୦୧୮ ଏପ୍ରିଲରେ ଅଭିନେତ୍ରୀଙ୍କ ଏକ ଫିଲ୍ଲ ମହୁରତର ମଧ୍ୟ ଯୁବକ ଜଣକ ଯୋଗ ଦେଇଥିଲେ।

ବିବାହ ପାଇଁ ଯୁବକ ଜଣକ ଯେତେବେଳେ ଅଭିନେତ୍ରୀଙ୍କୁ କହିଥିଲେ। ଅଭିନେତ୍ରୀ ଜଣକ ଆଉ ଧରା ଛୁଆଁ ଦେଇନଥିଲେ। ଶେଷରେ ଯୁବକ ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଅଭିନେତ୍ରୀ ଜଣକ ନିଜ ପ୍ରକ୍ରିୟାରେ କହିଥିଲେ ଯେ, ଯୁବକଙ୍କୁ ସେ ଚିହ୍ନିଛନ୍ତି। ହେଲେ ତାଙ୍କଠାରୁ କୌଣସି ଉପହାର ନେଇନଥିବା ସେ ମନା କରିଦେଇଥିଲେ।

Comment