ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସପିଟାଲକୁ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସମ୍ମାନିତ କରାଯାଇଛି। ସମ୍‌ ହସ୍ପିଟାଲ ନୂଆଦିଲ୍ଲୀଠାରେ ସିକ୍ସ ସିଗ୍ମା ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ-୨୦୧୯ରେ ସମ୍ମାନିତ ହୋଇଛି।  ଗୁରୁବାର ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ଆଫେୟାର୍ସ ବିଭାଗ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ଏହି ସମ୍ମାନ ପ୍ରଦାନ କରିଛନ୍ତି।

ସୋଆର ପ୍ରତିଷ୍ଠାତା ପ୍ରଫେସର୍ ଡକ୍ଟର ମନୋଜ ରଞ୍ଜନ ନାୟକଙ୍କୁ ମଧ୍ୟ ଏହି ଉତ୍ସବରେ ଚଳିତ ବର୍ଷର ଡାଇନାମିକ୍ ଉଦ୍ୟୋଗକାରୀ ଭାବେ ସମ୍ମାନିତ କରାଯାଇଛି। ସୋଆ ପକ୍ଷରୁ ନିଗମାନନ୍ଦ ପୃଷ୍ଟି ଏବଂ ପ୍ରିତମ୍ ନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଇଏମଏସ ଓ ସମ୍ ହସପିଟାଲ ଭଳି ଡାକ୍ତରଖାନାଗୁଡ଼ିକରେ ଉତ୍ତମ କାର୍ଯ୍ୟକୁ କେନ୍ଦ୍ର ମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ।

ଏନେଇ ଅନୁରାଗ ଠାକୁର କହିଛନ୍ତି, “ଡାଇବେଟିସ୍, ହାଇପରଟେନସନ୍, ହୃଦରୋଗ, କ୍ୟାନସର ଏବଂ କିଡ୍‌ନୀ ରୋଗ ଭଳି ନନ୍ କମ୍ୟୁନିକେବୁଲ୍ ରୋଗରୁ ଯୁବ ପିଢ଼ିଙ୍କୁ ରକ୍ଷା କରିବା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାର ଆବଶ୍ୟକତା ରହିଛି।“

ଯେଉଁ ଅନୁଷ୍ଠାନମାନେ ଭଲ କାମ କରିଛନ୍ତି ସିକ୍ସ ସିଗ୍ମା ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯାଉଥିବାରୁ ଅନୁରାଗ ଠାକୁର ଖୁସି ବ୍ୟକ୍ତ କରିଥିଲେ। ସିକ୍ସ ସିଗ୍ମା ହେଲ୍‌ଥ କେୟାର ଭାରତୀୟ ସ୍ଥଳ ସେନା ସହ ଉଚ୍ଚ ଶିଖରରେ କାର୍ଯ୍ୟକରୁଥିବା ସୈନ୍ୟମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

Comment