ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଅପ୍କମିଂ ଫିଲ୍ମ ‘କାର୍ଗିଲ ଗର୍ଲ’କୁ ନେଇ ଚର୍ଚ୍ଚାରେ। ଏହି ଫିଲ୍ମରେ ଜାହ୍ନବୀ ଗୁଞ୍ଜନ ସକ୍ସେନାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ବର୍ତ୍ତମାନ ଫିଲ୍ମର ସୁଟିଂ ସରିଯାଇଥିବା ନିଜ ଇନ୍ଷ୍ଟାଗ୍ରାମ୍ରେ କିଛି ଫଟୋ ସେୟାର କରି ଜାହ୍ନବୀ ସୂଚନା ଦେଇଛନ୍ତି।
ଫିଲ୍ମ ‘କାର୍ଗିଲ ଗର୍ଲ’ ସହ ଜଡ଼ିତ କିଛି ଫଟୋ ସହିତ ଜାହ୍ନବୀ ଏକ ଇମୋସନାଲ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, “ଗତ ଦୁଇଦିନ ଧରି ମୁଁ ଭାବୁଛି ଯେ, ଫଟୋର କ’ଣ କ୍ୟାପ୍ସନ ଦେଲେ ମୋ ଭାବନାକୁ ଲେଖିପାରିବି। ଏହି ଫିଲ୍ମରେ ଗୋଟେ ଅଂଶ ହୋଇଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି। ଏହି ସ୍ୱତନ୍ତ୍ର ଯାତ୍ରା କେବଳ ମୋ ପ୍ରିୟ ସାଙ୍ଗ ସରଣ ଶର୍ମାଙ୍କ ଯୋଗୁଁ ହୋଇପାରିଛି।”
ଏୟାରଫୋର୍ସ ପାଇଲଟ୍ ଗୁଞ୍ଜନ ସକ୍ସେନାଙ୍କ ଜୀବନି ଉପରେ ଆଧାରିତ ଜାହ୍ନବୀଙ୍କ ଏହି ଫିଲ୍ମ ‘କାର୍ଗିଲ ଗର୍ଲ’। ଭାରତ-ପାକିସ୍ତାନ ମଧ୍ୟରେ ୧୯୯୯ ମସିହାରେ ହୋଇଥିବା କାର୍ଗିଲ ଯୁଦ୍ଧରେ ଭାରତୀୟ ଏୟାରଫୋର୍ସର ଦୁଇ ମହିଳାମା ଅସୀମ ସାହସିକତା ଦେଖାଇଥିଲେ। ସେମାନେ ହେଲେ ଗୁଞ୍ଜନ ସକ୍ସେନା ଏବଂ ଶ୍ରୀ ବିଦ୍ୟା। ଏଥିପାଇଁ ଗୁଞ୍ଜନ ସକ୍ସେନାଙ୍କୁ ସୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଏହି କାହାଣୀକୁ ପରଦା ଉପରେ ତୋଳି ଆଣୁଛନ୍ତି ବଲିଉଡ୍ ନିର୍ଦ୍ଦେଶକ ସରଣ ଶର୍ମା। ଦର୍ମା ପ୍ରଡକ୍ସନ ଏବଂ ଜି ଷ୍ଟୁଡିଓଜ୍ ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳଇଛନ୍ତି। ଏହି ଫିଲ୍ମରେ ଜାହ୍ନବୀ କପୁରଙ୍କ ବାପା ଭୂମିକାରେ ଦର୍ଶକ ପଙ୍କଜ ତ୍ରିପାଠୀଙ୍କୁ ଦେଖିବାକୁ ପାଇବେ। ଆସନ୍ତା ବର୍ଷ ମାର୍ଚ୍ଚ ୧୩ ଫିଲ୍ମ ବଡ଼ ପରଦାରେ ରିଲିଜ ହେବ।
ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX


















