ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଡ଼ରେ ଥରୁଛି ଦିଲ୍ଲୀ ସମେତ ଉତ୍ତର ଭାରତ। ସକାଳୁ ଘରୁ ବାହାରି ପାରୁ ନାହାନ୍ତି ଲୋକେ। ଘନ କୁହୁଡ଼ି ସମଗ୍ର ପରିବେଶକୁ ଢ଼ାଙ୍କି ଦେଉଛି। ଏହି କୁହୁଡ଼ି ଭିତରେ ସୋମବାର ସକାଳେ ଆଗ୍ରାର ତାଜମହଲ ହଜି ଯାଇଥିଲା।

ଯେଉଁ ପର୍ଯ୍ୟଟକମାନେ ତାଜମହଲ ଦେଖିବାକୁ ଯାଇଥିଲେ ସେମାନେ ନିରାଶ ହୋଇଥିଲେ। ଘନ କୁହୁଡ଼ି ତାଜମହଲକୁ ଘୋଡ଼େଇ ରଖିଥିଲା।

ଟୁଇଟରରେ କିଛି ଲୋକ ତାଜମହଲ ଆଖପାଖର ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋରେ ବି ତାଜମହଲ ଦେଖିବାକୁ ମିଳ ନଥିଲା।

ଦିଲ୍ଲୀ ସମେତ ୬ ରାଜ୍ୟରେ ପାଣିପାଗ ବିଭାଗ ରେଡ୍‌ ଆଲର୍ଟ ଜାରି କରିଛି। ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ବିହାର ରେଡ୍‌ ଜୋନ୍‌ ଭିତରେ ସାମିଲ ହୋଇଛି।

Comment