ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଙ୍ଗଳବାରଠୁ ଅନେକ ସ୍ମାର୍ଟଫୋନ୍‌ରେ ହ୍ୱାଟ୍ସଆପ୍‌ ସେବା ବନ୍ଦ ହୋଇଯିବ। ଫେସ୍‌ବୁକ୍‌ର ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ର ସପୋର୍ଟ ପେଜ୍‌ରେ ଏନେଇ ସୂଚନା ଦିଆଯାଇଛି।

୩୧ ଡିସେମ୍ବରରୁ ୱିଣ୍ଡୋଜ୍‌ ସ୍ମାର୍ଟଫୋନ୍‌ରେ ଆଉ ହ୍ୱାଟ୍ସଆପ୍‌ ସପୋର୍ଟ ଦିଆଯିବନି। କମ୍ପାନି ପକ୍ଷରୁ ଏହି ବଡ଼ ଘୋଷଣା କରାଯାଇଛି। ୱିଣ୍ଡୋଜ୍‌ ସ୍ମାର୍ଟଫୋନ୍‌ ବ୍ୟବହାରକାରୀ ଏଣିକି ଆଉ ହ୍ୱାଟ୍ସଆପ୍‌ ସୁବିଧା ପାଇପାରିବେନି।

ଏହା ବ୍ୟତୀତ କିଛି ଆଇଫୋନ୍‌ରେ ମଧ୍ୟ ହ୍ୱାଟ୍ସଆପ୍‌ ବନ୍ଦ ହୋଇଯିବ। ଯଦି ଆପଣଙ୍କ ଆଇଫୋନ୍‌ରେ ଆଇଓଏସ୍‌ ୭ରୁ ପୁରୁଣା ସଫ୍ଟୱେର୍‌ ଥିବ ତେବେ ଆପଣଙ୍କ ଫୋନ୍‌ରେ ଆଉ ହ୍ୱାଟ୍ସଆପ୍‌ ଚାଲିବନି। ତେବେ ଏଥିପାଇଁ କମ୍ପାନି ଆସନ୍ତା ଫେବ୍ରୁଆରି ୧ ଯାଏଁ ଡେଡ୍‌ଲାଇନ୍‌ ଦିଆଯାଇଛି।

ସେହିପରି ଆଣ୍ଡ୍ରଏଡ୍‌ର ବିଭିନ୍ନ ସ୍ମାର୍ଟଫୋନ୍‌ରେ ମଧ୍ୟ ହ୍ୱାଟ୍ସଆପ୍‌ ବନ୍ଦ ହୋଇଯିବ। ଯେଉଁ ସ୍ମାର୍ଟଫୋନର ଆଣ୍ଡ୍ରଏଡ୍‌ ଭର୍ସନ ୨.୩.୭ ତଳକୁ ରହିଛି ସେହି ଫୋନ୍‌ରେ ହ୍ୱାଟ୍ସଆପ୍‌ ଆଉ ଚାଲିବ ନାହିଁ।

ଏଥିପାଇଁ ହ୍ୱାଟ୍ସଆପ୍‌ ପକ୍ଷରୁ ଗ୍ରାହକଙ୍କୁ ନିଜ ସ୍ମାର୍ଟଫୋନକୁ ଅପଗ୍ରେଡ୍‌ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏହାପୂର୍ବରୁ ଜୁନ୍‌ ୨୦୧୭ରେ ନୋକିଆ ସାମ୍ବିଆନ୍‌ ସିରିଜ୍‌, ଡିସେମ୍ବର ୨୦୧୭ରେ ବ୍ଲାକ୍‌ବେରୀ ଓଏସ୍‌ ଏବଂ ଡିସେମ୍ବର ୨୦୧୮ରେ ନୋକିଆ ଏସ୍‌୪୦ ସିରିଜ୍‌ରେ ହ୍ୱାଟ୍ସଆପ୍‌ ସପୋର୍ଟ ବନ୍ଦ ହୋଇଯାଇଥିଲା।

Comment