ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଲିଛି ବରଗଡ଼ ଧନୁଯାତ୍ରା। ଦ୍ୱିତୀୟ ଦିନରେ କଂସ ମହାରାଜା ସହର ପରିକ୍ରମା କରିଛନ୍ତି। ସହର ପରିକ୍ରମା କରି ଆଜି ବରଗଡ଼ ପରିବହନ ଅଧିକାରୀଙ୍କୁ ମଥୁରା ନରେଶ ଦଣ୍ଡ ବିଧାନ କରିଛନ୍ତି। ବସ୍‌ ଷ୍ଟାଣ୍ଡରେ ଅବ୍ୟବସ୍ଥା ଯୋଗୁଁ କଂସ ମହାରାଜା ପରିବହନ ଅଧିକାରୀଙ୍କୁ ୨ଲକ୍ଷ ସ୍ୱର୍ଣ୍ଣମୁଦ୍ରାର ଏହି ଦଣ୍ଡ ବିଧାନ କରିଛନ୍ତି।

ଏଥସହ ବସ୍‌ ଷ୍ଟାଣ୍ଡରେ ଶୋଚାଳୟ ନଥିବାରୁ ଅଧିକାରୀଙ୍କ ଉପରେ ବର୍ଷିବା ସହିତ ତୁରନ୍ତ ଶୌଚାଳୟ ନିର୍ମାଣ ପାଇଁ କଂସ ମହାରାଜା ନିର୍ଦ୍ଦେଶ ଦେଇଛନ୍ତି।

ଟିକେଟ କାଟିବା ପରେ ବସ୍‌ରେ ଚଢ଼ିବାକୁ ଯାତ୍ରୀଙ୍କୁ କହିବା ସହିତ ସିଟ୍‌ ବେଲ୍ଟ ବାନ୍ଧି ଗାଡ଼ି ଚଳାଇବାକୁ କଂସ ମହାରାଜା କହିଛନ୍ତି। ହେଲମେଟ ପିନ୍ଧିଥିବା ଗାଡ଼ି ଚାଳକଙ୍କୁ କଂସ ମହାରାଜା ଉପହାର ଦେଇଛନ୍ତି। ଦଣ୍ଡବିଧାନ ପରେ ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ପରିବହନ ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି।

Comment