ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗିରଫ ହେଲେ ପୁରୀ ବଳଙ୍ଗା ଥାନା ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶ। ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ। ଗୁରୁବାର ଜଣେ ମହିଳା ବଳଙ୍ଗା ଥାନା ଏଏସ୍‌ଆଇଙ୍କ ନାଁରେ ପିପିଲି ଏସ୍‌ଡିପିଓଙ୍କ ନିକଟରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏସ୍‌ଡିପିଓ।

ପାରିବାରିକ କଳହ ଯୋଗୁଁ ମହିଳା ଜଣକ ବଳଙ୍ଗା ଥାନାରେ ଏତଲା ଦେଇଥିଲେ। ପରେ ଏନେଇ ଏଏସ୍‌ଆଇ ଜଣକ ତାଙ୍କୁ କ୍ଵାଟରକୁ ଡାକି ଦୁଷ୍କର୍ମ କରିଥିବା ମହିଳା ଜଣକ ଗୁରୁବାର ପିପିଲି ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲେ ଏସ୍‌ଡିପିଓ।

କିଛିଦିନ ତଳେ ପୁରୀ ନିମାପଡ଼ା ଅଞ୍ଚଳରୁ ମଧ୍ୟ ପୋଲିସ ନାଁରେ ଏଭଳି ଅଭିଯୋଗ ଆସିଥିଲା। ଜଣେ ନାବାଳିକାକୁ ପୋଲିସ କନଷ୍ଟେବଲ ଜିତେନ୍ଦ୍ର ସେଠୀ ଓ ତାଙ୍କ ସହଯୋଗୀମାନେ ନିମାପଡ଼ାରୁ ଉଠାଇ ନେଇ ପୁରୀ ନିକଟ ପୋଲିସ କ୍ଵାର୍ଟର୍ସରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ।

Comment