ଓଡ଼ିଶାଲାଇଭ୍‌ ବ୍ୟୁରୋ

କେତେବେଳେ ଗୀତ ଗାଇ ତ କେତେବେଳେ ନାଚି ଚର୍ଚ୍ଚାରେ ଥାଆନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଏଥର କିନ୍ତୁ ତାଙ୍କ ଚର୍ଚ୍ଚାର କାରଣ କିଛି ଅଲଗା। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏଥର ତାଙ୍କ ମାନବିକତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି।

ଗୁରୁବାର ବିଧାୟକ ନିଜ ନିର୍ବାଚନମଣ୍ଡଳି ବୋରିଗୁମ୍ମା ଯାଉଥିଲେ। ସେହି ସମୟରେ ଜାତୀୟ ରାଜପଥ ୨୬ର ତେଲିଗୁଡା ଏୟାରଷ୍ଟ୍ରିପ ନିକଟରେ ଏକ ଓମିନି ଓ ବାଇକ ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ହୋଇ ପଡ଼ିଥିଲେ।

ବିଧାୟକ ତାରାପ୍ରସାଦ ଦୁର୍ଘଟଣା ଦେଖି ରାସ୍ତାରୁ ଆହତ ଯୁବକକୁ ଉଦ୍ଧାର କରି ନିଜ ଗାଡ଼ିରେ ବସାଇ ଜିଲ୍ଲା ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିଲେ। ନିଜ କାର୍ଯ୍ୟକ୍ରମ ଛାଡ଼ି ଜଣେ ବ୍ୟକ୍ତିଙ୍କୁ ସେ ଯେଉଁ ସହାୟତାର ହାତ ବଢାଇଲେ, ସେଥିପାଇଁ ତାଙ୍କୁ ଏବେ ପ୍ରଂଶସା କରାଯାଉଛି।

Comment