ଓଡ଼ିଶାଲାଇଭ୍ ବ୍ୟୁରୋ

ବିଏସ୍ଏନ୍ଏଲ୍ ଗ୍ରାହକମାନଙ୍କ ପାଇଁ ଖୁସି ଖବର। କମ୍ପାନି ତା’ର ଗ୍ରାହକମାନଙ୍କ ପାଇଁ ୯୬ ଟଙ୍କାର ରିଚାର୍ଜ ପ୍ଲାନକୁ ପୁଣି ଫେରାଇ ଆଣିଛି। ଏହି ପ୍ଲାନରେ ଗ୍ରାହକମାନେ ମାତ୍ର ୯୬ ଟଙ୍କା ରିଚାର୍ଜ କରି ୯୦ ଦିନର ଭାଲିଡିଟି ପାଇପାରିବେ।

ଏଥିସହିତ ବିଏସ୍ଏନ୍ଏଲର ଏହି ରିଚାର୍ଜ ପ୍ଲାନରେ ଗ୍ରାହକମାନେ ୨୧ ଦିନର ମାଗଣା ଭଏସ୍ କଲର ସୁବିଧା ମଧ୍ୟ ପାଇପାରିବେ। ଏହି ୨୧ ଦିନରେ ଗ୍ରାହକମାନେ ପ୍ରତିଦିନ ୨୫୦ ମିନିଟର ମାଗଣା ଭଏସ୍ କଲର ଲାଭ ଉଠାଇପାରିବେ। ଏଥିସହିତ ଗ୍ରାହକଙ୍କୁ ପ୍ରତିଦିନ ମାଗଣା ୧୦୦ ଏସ୍ଏମ୍ଏସ୍ କରିବାର ମଧ୍ୟ ସୁଯୋଗ ମିଳିବ।

ମୋବାଇଲ୍ ବଜାରରେ ଲାଗି ରହିଥିବା ପ୍ରତିଯୋଗିତାରେ ନିଜକୁ ସଫଳ କରିବାକୁ ବିଏସ୍ଏନ୍ଏଲ୍ ଏହି ନୂଆ ପ୍ଲାନକୁ ଗ୍ରାହକଙ୍କ ପାଖକୁ ଆଣିଛି। ଏହାଦ୍ୱାରା ବିଏସ୍ଏନ୍ଏଲ୍ ଗ୍ରାହକମାନେ ଉପକୃତ ହୋଇପାରିବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Comment