ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଏବଂ ନବରଙ୍ଗପୁର ଏସ୍‌ପି ନିତିନ କୁସଲକର ଅଚାନକ ସୋମବାର ରାତିରେ ନବରଙ୍ଗପୁର ଜିଲ୍ଲା ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ସେଠାରେ ଥିବା ସମସ୍ତ ରୋଗୀଙ୍କୁ ଠିକ ଭାବରେ ଔଷଧ ଦିଆଯାଉଛି କି ନାହିଁ, ଔଷଧ ମାଗଣା ପାଉଛନ୍ତି ନା ବାହାରୁ ଡାକ୍ତରମାନେ କିଣିବାକୁ କହୁଛନ୍ତି , ଖାଇବାକୁ କ’ଣ  ଦିଆଯାଉଛି ଏମିତି ସମସ୍ତ ବିଷୟରେ ପଚାରି ବୁଝିଥିଲେ।

ଡାକ୍ତରଖାନାର ପୁରୁଷ ବିଭାଗ ଓ ମହିଳା ବିଭାଗ ବୁଲି ଦେଖିବା ସହ ରୋଗୀ ଏବଂ ରୋଗୀ ସମ୍ପର୍କୀୟଙ୍କ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ।

ଏହାପରେ ଜିଲ୍ଲାପାଳ ଏବଂ ଏସ୍‌ପି ମେଡିକାଲ ବାହାରେ ଥିବା ଗରିବ ଓ ଅସହାୟ ଲୋକମାନଙ୍କୁ କମ୍ବଳ ବାଣ୍ଟିଥିଲେ।

Comment