ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁରରୁ କୁନା ପାତ୍ର): ନବରଙ୍ଗପୁର ନୂଆ ଏସପି ଭାବେ ୨୦୧୭ ବ୍ୟାଚର ଆଇପିଏସ ପ୍ରହଲ୍ଲାଦ ସାହାଇ ମିନା ଯୋଗ ଦେଇଛନ୍ତି। ମିନା ପୂର୍ବରୁ ମାଲକାନଗିରି ଏସଡିପିଓ ଭାବେ କାର୍ଯ୍ୟରତ ଥିଲେ। ରାଜ୍ୟ ସରକାରଙ୍କ ପଦୋନ୍ନତି ସହ ବଦଳି ପରେ ସେ ଶୁକ୍ରବାର ନବରଙ୍ଗପୁର ଏସପି ଭାବେ ଯୋଗଦାନ କରିଛନ୍ତି।

ଯୋଗଦାନର ପ୍ରଥମ ଦିନରେ ସେ କହିଛନ୍ତି ଯେ ଯେଉଁ ଅପରାଧୀ ମାନେଅପରାଧ କରୁଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗଞ୍ଜେଇ ଚୋରା ଚାଲାଣ ଯେମିତି ବନ୍ଦ ହେବ ଉପରେ ଉଚିତ ବ୍ୟବସ୍ଥା କରାଯିବ।

ସେହିପରି ନବରଙ୍ଗପୁର ଜିଲ୍ଲାର ଆଇନ ଶୃଙ୍ଖଳା ବ୍ୟବସ୍ଥା, ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରଖାଯିବ ସହ ଜିଲ୍ଲାବାସୀଙ୍କର ସୁରକ୍ଷା ଯୋଗାଇଦେବା ଆମର ପ୍ରାଥମିକତା ରହିବ ବୋଲି କହିଛନ୍ତି ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାହାଇ ମିନା।

Comment