ଓଡିଶାଲାଇଭ୍ ବ୍ୟୁରୋ

ସପ୍ତାହର ଶନିବାର ଓ ରବିବାର ଦିନ ସଟଡାଉନ୍ ରହିବ ନବରଙ୍ଗପୁର ଜିଲ୍ଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାପାଳ ଏଭଳି ଘୋଷଣା କରିଛନ୍ତି।

ସଟଡାଉନ୍ ସମୟରେ ଜରୁରୀକାଳୀନ ସେବାଗୁଡ଼ିକ ଚାଲୁରହିବ। ଏଥିସହ ଜିଲ୍ଲାର ସମସ୍ତ ମେଡିସିନ୍ ଦୋକାନ ଓ ସ୍ୱାସ୍ଥ୍ୟ ସେବା ପୂର୍ବ ପରି ଜାରି ରହିବ ବୋଲି ସେ କହିଛନ୍ତି।

ମଙ୍ଗଳବାର ରାଜ୍ୟରେ ଅନଲକ-୨କୁ ନେଇ ନୂଆ ଗାଇଡଲାଇନ ଜାରି କରାଯାଇଛି। ଏଥିରେ ଜୋନ ୧ରେ ଥିବା ୧୦ଟି ଜିଲ୍ଲାରେ ସପ୍ତାହର ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ୧୦ଟି ଜିଲ୍ଲା ମଧ୍ୟରେ ନବରଙ୍ଗପୁର ନଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି କ୍ରମେ ଏଠାରେ ସଟଡାଉନ୍ ଘୋଷଣା କରାଯାଇଛି।

ନବରଙ୍ଗପୁର ଜିଲ୍ଲାକୁ ମିଶାଇ ଏବେ ରାଜ୍ୟରେ ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲା ସଟଡାଉନ୍ ରହିବ। ଏହି ଜିଲ୍ଲାଗୁଡ଼ିକ ହେଲେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା ଓ ନବରଙ୍ଗପୁର।

Comment