ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ: ଭାରତ ବନ୍ଦରେ ଠପ୍ ହେଲା ଶ୍ରୀକ୍ଷେତ୍ର ପୁରୀର ଗମନାଗମନ ବ୍ୟବସ୍ଥା। ବୁଧବାର କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ସହ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ବିରୋଧ କରି ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ପୁରୀ ସହର ଉପରେ ପଡ଼ିଛି।ବୁଧବାର ପୁରୀ ରେଲୱେ ଷ୍ଟେସନର ଧାରଣା ଦିଆଯିବା ସହ ସେଠାରେ ଟ୍ରେନ୍ ଚଳାଚଳକୁ ରୋକାଯାଇଥିଲା। ଏପରିକି ଭାରତ ବନ୍ଦରେ ପୁରୀ ବଡ଼ ଦାଣ୍ଡ ଖାଁ ଖାଁ ଦେଖାଯାଉଥିଲା। ଶ୍ରମିକ ସଙ୍ଗଠନର କର୍ମୀଙ୍କ ପକ୍ଷରୁ ନାନାଦି ପ୍ରକାର ନାରା ସହିତ ରାଲି ଗୁଡ଼ିକ ସହରରେ ବୁଲୁଥିବା ଦେଖିବାକୁ ମିଳିଥିଲା।ଶ୍ରମିକଙ୍କୁ ସମାନ କାମକୁ ସମାନ ଦରମା, କୃଷକଙ୍କୁ ଋଣ ଛାଡ଼, ଧାନର ସହାୟକ ମୂଲ୍ୟ ବୃଦ୍ଧି, ଜେଏନୟୁରେ ଛାତ୍ରଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଉଛି ବୋଲି କୁହାଯାଇଛି। ଏଥିସହିତ ସହରର ଆଇନ୍ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ୍ ଫୋର୍ସର ମୂତୟନ କରାଯାଇଛି। ବିଶେଷ କରି ପର୍ଯ୍ୟଟକମାନେ ବନ୍ଦର ପ୍ରଭାବରେ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।

Comment