ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟଙ୍କା ଝାମ୍ପି ନେବା ପାଇଁ ବାପା, ପୁଅଙ୍କୁ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି। ଏହି ଘଟଣାରେ ପୁଅର ମୃତ୍ୟୁ ହୋଇଥିଲା ବେଳେ ବାପା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଞ୍ଚଳରେ କପା ବ୍ୟବସାୟୀ ବାପା ଓ ପୁଅଙ୍କୁ ଏହି ଆକ୍ରମଣ ହୋଇଛି। ମୃତକ ଜୁନାଗଡ ଥାନା ବୋରଗୁଡାର କ୍ଷୀତି ନାଏକଙ୍କ ପୁଅ ବଳଭଦ୍ର।

କ୍ଷୀତିଙ୍କ କହିବା ଅନୁଯାୟୀ ବ୍ୟାଙ୍କରୁ ୬ ଲକ୍ଷ ଟଙ୍କା ଉଠାଇ ସେମାନେ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ସେତିକିବେଳେ ରାସ୍ତାରେ ତିନି ଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ସେମାନଙ୍କୁ ପିଛା କରିଥିଲେ। ନିଛାଟିଆ ଜାଗା ପାଇ ଦୁର୍ବୃତ୍ତ ଗୁଳି କରିଥିଲେ।

LEAVE A REPLY

Please enter your comment!
Please enter your name here