ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାସ୍ତା ଉପରୁ ୨୦ ଫୁଟ୍‌ ତଳକୁ ଖସି ପଡ଼ିଲା ବାଇକ। ଫଳରେ ବାଇକରେ ବସିଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏଭଳି ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ରାଜାବସା ନିକଟରେ।

ବାଇକରେ ୩ ଜଣ ଯାଉଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବଣାଇ ପୋଲିସ ପହଞ୍ଚି ହସ୍ପିଟାଲରେ ଭର୍ତ୍ତି କରିବା ସହ ମୃତଦେହ ଓ ବାଇକ ଜବତ କରିଛି।

ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନଙ୍କ ପରିଚୟ ମିଳି ପାରିନଥିଲା ବେଳେ ପୋଲିସ ସେମାନଙ୍କ ଠିକଣା ପାଇଁ ଅନୁସନ୍ଧାନ ଜାରି ରଖିଛି।

Comment