ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରରେ ବାଂଲାଦେଶୀ ସେକ୍ସ ରାକେଟ ଠାବ। ବାଂଲାଦେଶରୁ ଯୁବତୀମାନଙ୍କୁ ଆଣି ରାଜଧାନୀ ଭୁବନେଶ୍ଵରରେ କରୁଥିଲେ ଦେହ ବ୍ୟବସାୟ। ଏହି ସେକ୍ସ ରାକେଟରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ ହାତରେ ଧରା ପଡ଼ିଛନ୍ତି ଦୁଇ ମାଷ୍ଟର ମାଇଣ୍ଡ ବାଂଲାଦେଶ ଦିଦି ଓ ତାଙ୍କ ସ୍ଵାମୀ ସେକ୍‌ ଇବ୍ରାହିମ୍‌ ଗିରଫ ହୋଇଛନ୍ତି।

ବାଂଲାଦେଶୀ ଦିଦି ନିଜ ଦେଶରୁ ଯୁବତୀମାନଙ୍କୁ ଓଡ଼ିଶାରେ କାମ ଦେବା ନାଁରେ ପଶ୍ଚିମବଙ୍ଗ ଦେଇ ଓଡ଼ିଶା ଆଣିଥା’ନ୍ତି। ପରେ ସେମାନଙ୍କର ନକଲି ଆଧାର କାର୍ଡ କରି ଭୁବନେଶ୍ଵରର ବିଭିନ୍ନ ହୋଟେଲ ଓ ଲଜରେ ଦେହ ବ୍ୟବସାୟ ପାଇଁ ନିୟୋଜିତ କରୁଥିଲେ। ଏଥିରେ ତାଙ୍କୁ ସହଯୋଗ କରୁଥିଲେ ତାଙ୍କ ସ୍ଵାମୀ ସେକ୍‌ ଇବ୍ରାହିମ୍‌।

କ୍ରାଇମ୍‌ବ୍ରାଞ୍ଚ ଏନେଇ ଖବର ପାଇବା ପରେ ଖୋଳତାଡ଼ ଆରମ୍ଭ କରିଥିଲା। ମଙ୍ଗଳବାର ଦିଦି ଓ ତାଙ୍କ ସ୍ଵାମୀଙ୍କୁ ପିପିଲି ନିକଟରୁ ଗିରଫ କରିଥିଲା କ୍ରାଇମ୍‌ବ୍ରାଞ୍ଚ। ଏହାସହ ୬ ଜଣ ବାଂଲାଦେଶୀ ଯୁବତୀଙ୍କୁ ମଧ୍ୟ ଓଲ୍‌ଡ ଟାଉନ ପାଖରୁ ପୋଲିସ ଉଦ୍ଧାର କରିଛି।

Comment