ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ୍‌ ୧ ସୁଦ୍ଧା ସାରାଦେଶରେ ଲାଗୁ ହେବ ଓ୍ୱାନ୍‌ ନେସନ, ୱାନ ରାସନ କାର୍ଡ। କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନ ଏନେଇ ସୂଚନା ଦେଇଛନ୍ତି।

ଏହି ଯୋଜନାରେ ଜଣେ ହିତାଧିକାରୀ ତାଙ୍କ ରାସନକାର୍ଡ ଦେଖାଇ ଯେକୌଣସି ସ୍ଥାନରୁ ରାସନ୍‌ ନେଇପାରିବେ। ନିଜ ରାଜ୍ୟର ଯେକୌଣସି ସ୍ଥାନ ବା ବାହାର ରାଜ୍ୟରୁ ସେମାନେ ନିଜ ରାସନ କାର୍ଡ ଦେଖାଇ ରାସନ ନେଇପାରିବେ।

ଗତବର୍ଷ କେନ୍ଦ୍ରୀୟ ମନ୍ତ୍ରୀ ‘ଏକ ଦେଶ ଏକ ରାସନକାର୍ଡ’ ଯୋଜନାକୁ ପାଇଲଟ ପ୍ରକଳ୍ପ ଭାବେ ୪ଟି ରାଜ୍ୟରେ ଲାଗୁ କରିଥିଲେ। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ ଓ ମହାରାଷ୍ଟ୍ରରେ ଯୋଜନା ଲାଗୁ କରାଯାଇଥିଲା। ଜୁନ୍‌ ୧ ସୁଦ୍ଧା ସାରା ଦେଶରେ ଏହାକୁ ଲାଗୁ କରାଯିବ।

Comment