ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟପାଳ ମେଡାଲ ପାଇଁ ମନୋନୀତ ହେଲେ ୧୪ ପୋଲିସ କର୍ମଚାରୀ। ପୋଲିସ ଓ ଭିଜିଲାନ୍ସ ବିଭାଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ହେବେ। ଆସନ୍ତା ଜାନୁଆରି ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ମାନିତ କରାଯିବ।

ଆଇପିଏସ୍‌ ଅଫିସରଙ୍କ ମଧ୍ୟରେ ବିନୟତୋଷ ମିଶ୍ର, ରେଖା ଲୋହାନୀ, ଉମାଶଙ୍କର ଦାଶ, ଅଖିଳେଶ୍ଵର ସିଂଙ୍କୁ ସମ୍ମନିତ କରାଯିବ। ସେହିପରି ଡିଏସ୍‌ପି ସରୋଜ ସାମଲ ଇନ୍ସପେକ୍ଟର ହରିବନ୍ଧୁ ଭାତ୍ରା ଓ ପ୍ରଣୀତା କୁମାରୀ ରାୟ, ଏସ୍‌ଆଇ ସୁବାସ ନାୟକ ଡେପୁଟୀ ସୁବେଦାର ବୁଦ୍ଧି ବାହାଦୂର ଥାପ୍ପା ସମ୍ମାନିତ ହେବେ।

ହାବିଲଦାର ବିଏସ୍‌ ଗୁରୁଙ୍ଗ, ସରୋଜ କୁମାର ଭୋଇ, ସିପାହୀ ରଥ ଲାକ୍ରା, ସୁଶାନ୍ତ ମାଝି, କନଷ୍ଟେବଲ ପ୍ରତିମା ରାଉତ ସମ୍ମାନିତ ହେବେ।

Comment