ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୋର ୫ଟାରୁ କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲେ 5-T ସଚିବ ଭିକେ ପାଣ୍ଡିଆନ୍‌। କଟକ ହାଡିଆପଠାଠାରେ ଏସ୍‌ସିବିର ଦ୍ୱିତୀୟ କ୍ୟାମ୍ପସ୍‌ ହେବାକୁ ପ୍ରସ୍ତାବ ଥିବା ବେଳେ ଏହାର ଅନୁଧ୍ୟାନ କରିଥିଲେ ପାଣ୍ଡିଆନ୍‌।

କଟକ ବଡ଼ ମେଡିକାଲ ପରେ ପାଣ୍ଡିଆନ୍‌ ମେରିଟାଇମ୍‌ ମ୍ୟୁଜିୟମ୍‌ରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ତାଙ୍କ ସହ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହାପରେ ଜଳସମ୍ପଦ ବିଭାଗ ଅଧୀନରେ ଥିବା ହାଡ଼ିଆପଠା ଓ ସିସୋର ପିଠା ବୁଲି ଦେଖିଥିଲେ। ତାଙ୍କ ସହ କଟକ ଜିଲ୍ଲାପାଳ, ଏସ୍‌ପି, ପୋଲିସ କମିସନର, ଆରଡିସି, ଜଳସମ୍ପଦ ବିଭାଗ ସଚିବ ମଧ୍ୟ ଉପସ୍ଥିତ ଥିଲେ।

ଏହାପୂର୍ବରୁ 5-T ସଚିବ ଗତବର୍ଷ ନଭେମ୍ବର ୬ କଟକ ବଡ଼ ମେଡିକାଲ ଗସ୍ତ କରି ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ବିଭିନ୍ନ ସ୍ଥିତି ବିଷୟରେ ଯାଞ୍ଚ କରିଥିଲେ।

Comment