ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ଵସ୍ତରୀୟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମାର୍ଚ୍ଚ ପହିଲାରୁ ଏନେଇ କାର୍ଯ୍ୟ ଆରମ୍ଭ କରାଯିବ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ।

5-T ସଚିବ ଭିକେ ପାଣ୍ଡିଆନ ବୁଧବାର ଭୋରରୁ କଟକ ହାଡ଼ିଆପଠାଠାରେ ହେବାକୁ ଥିବା ଏସ୍‌ସିବିର ଦ୍ୱିତୀୟ କ୍ୟାମ୍ପସ ପରିଦର୍ଶନ କରିଥିଲେ। ଏହାସହ କଟକ ବଡ଼ ମେଡିକାଲ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଗସ୍ତରେ ସେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଓ ଆରଡିସି ଜମି ଅଧିଗ୍ରହଣ ନେଇ ପ୍ରସ୍ତାବ ଦେବେ। ଗୁରୁବାର ମୁଖ୍ୟମନ୍ତ୍ରୀ ଗସ୍ତ କରି ସମୀକ୍ଷା କରିବେ।

ବିଶ୍ଵସ୍ତରୀୟ ଚିକିତ୍ସାଳୟ ଲାଗି ମେଡିକାଲ ନିକଟରେ ଥିବା ଅନ୍ୟ କିଛି ବିଭାଗର ଜମି ଉଚ୍ଛେଦ କରାଯିବ। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ଵାର୍ଟର ଓ ୧୩ ଜଣ ଡାକ୍ତରଙ୍କ କ୍ଵାର୍ଟର ଭଙ୍ଗାଯିବ। ଅଧିଗ୍ରହଣରେ ପ୍ରାୟ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବ ବୋଲି ଆକଳନ କରାଯାଉଛି। ଫେବ୍ରୁଆରି ୨୮ ସୁଦ୍ଧା ଅଧିଗ୍ରହଣ କାମ ସରିଲେ ମାର୍ଚ୍ଚ ପହିଲାରୁ ନିର୍ମାଣ କାମ ଆରମ୍ଭ ହେବ।

ତାଳଦଣ୍ଡା କେନାଲ ବନ୍ଧରୁ ମେଡିକାଲ ସଂଯୋଗକାରୀ ରାସ୍ତା ୩ ଲେନ୍‌ ହେବ। ଏହାସହ ଯାତାୟାତ ସୁବିଧା ପାଇଁ ୨ଟି ଓଭର ବ୍ରିଜ ନିର୍ମାଣ କରାଯିବ। ଫେବ୍ରୁଆରି ୨୮ ତାରିଖ ସୁଦ୍ଧା ଅଧିଗ୍ରହଣ କାର୍ଯ୍ୟ ସରିବ ଏବଂ ମାର୍ଚ୍ଚ ପହିଲାରୁ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ ଲାଗି ଲକ୍ଷ୍ୟ ରହିଛି।

Comment