ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୁବ୍‌ଶୀଘ୍ର ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ ଓଡ଼ିଶା ଆସିବ। ଏନେଇ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ରାଜ୍ୟସରକାର।

କୋଲକତାରେ ଥିବା ଡାକୋଟା ବିମାନକୁ ରାଜ୍ୟକୁ ହସ୍ତାନ୍ତର ଲାଗି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ବେସାମରିକ ବିମାନଚଳାଚଳଙ୍କୁ ମଧ୍ୟ ଚିଠି ଲେଖାଯାଇଛି।

ଭାରତ ସ୍ୱାଧୀନତା ହାସଲ କଲା ବେଳକୁ ବିଜୁ ପଟ୍ଟନାୟକ ଗଢ଼ିଥିଲେ ତାଙ୍କ କଳିଙ୍ଗ ଏୟାରଲାଇନ୍ସ ସଂସ୍ଥା। ଏହି ବିମାନ କମ୍ପାନିରେ ୧୫ଟି ଡାକୋଟା ବିମାନ ରହିଥିଲା। ବିଜୁବାବୁ ତାଙ୍କ ବିମାନବାହିନୀକୁ କାଶ୍ମୀର ଏବଂ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ସେନା ଏବଂ ଶରଣାର୍ଥୀଙ୍କ ଉଦ୍ଧାର ତଥା ସେବା କାର୍ଯ୍ୟରେ ଲଗାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

୧୯୪୭ ଜୁଲାଇ ୨୧ ତାରିଖରେ ବିଜୁବାବୁ ଗୋଟିଏ ଡାକୋଟା ଡିସି-୩ ବିମାନ ନିଜେ ଚଳାଇ ଇଣ୍ଡୋନେସିଆର ତତ୍କାଳୀନ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଶତ୍ରୁଙ୍କ ଛାଉଣୀ ଭିତରୁ ଉଦ୍ଧାର କରି ଏକ ଇତିହାସ ସୃଷ୍ଟି କରିଥିଲେ। ଇଣ୍ଡୋନେସିଆର ଜାକର୍ତ୍ତାରୁ ତତ୍କାଳୀନ ଉପରାଷ୍ଟ୍ରପତି ମହମ୍ମତ ହାଟା ଏବଂ ପ୍ରଧାନମନ୍ତ୍ରୀ ସାହାରିଅରଙ୍କୁ ଭାରତକୁ ଉଡ଼ାଇ ଆଣି ସେ ଯେଉଁ ଦୁଃସାହସିକ କାର୍ଯ୍ୟ ପ୍ରଦର୍ଶନ କରିଥିଲେ।।

Comment