ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଟଣାଗଡ଼ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ମିଳିଲା ଅନ୍ତରୀଣ ଜାମିନ। ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ସେ ପାରୋଲରେ ଆସିବେ। ପୁଞ୍ଜିଲାଲଙ୍କୁ ଏହି ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଇଛନ୍ତି ହାଇକୋର୍ଟ।

ଜାନୁଆରି ୨୪ ତାରିଖରୁ ଯାଇ ୨୮ ତାରିଖରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ସହ ଅନେକ କଡ଼ା ସର୍ତ୍ତ ମଧ୍ୟ ରଖାଯାଇଛି। ଜାମିନ ଅବଧି ମଧ୍ୟରେ ଗଣମାଧ୍ୟମକୁ ନଭେଟିବାକୁ କୁହାଯାଇଛି। ଏହାସହ ବାହାରକୁ ଗଲେ ସ୍ଥାନୀୟ ଥାନାଧିକାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜାନୁଆରି ୧୨ ତାରିଖରେ ପୁଞ୍ଜିଲାଲ ମେହେର ମା’ଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ଦିନ ତାଙ୍କୁ ଗୋଟିଏ ଦିନ ପାଇଁ ଛଡ଼ା ଯାଇଥିଲା। ମା’ଙ୍କ ଅନ୍ତିମ ସଂସ୍କାର ପରେ ତାଙ୍କୁ ପୁଣି ଜେଲକୁ ଅଣାଯାଇଥିଲା।

୨୦୧୮ ଫେବ୍ରୁଆରି ୨୩ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଘଟିଥିବା ପାର୍ସଲ ବୋମା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ସୌମ୍ୟଶେଖର ଓ ରିମାଙ୍କ ବିବାହର ୫ ଦିନ ପରେ ଘରେ ପହଞ୍ଚିଥିଲା ଏକ ପାର୍ସଲ ଗିଫ୍‌ଟ। ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ। ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ରିମା ଆହତ ହୋଇଥିଲେ। ଏହାର ମାଷ୍ଟର ମାଇଣ୍ଡ ଥିଲା ପୁଞ୍ଚିଲାଲ।

Comment