ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଠ ଚୋରା ଚାଲାଣ ପାଇଁ କାଠ ମାଫିଆଙ୍କ ନୂଆ ଉପାୟ। ଜୟପୁର ବୈପାରୀଗୁଡ଼ାରେ ବାଲି ବୋଝେଇ ଟ୍ରାକ୍ଟରରେ କାଠ ଚୋରା ଚାଲାଣ ବେଳେ ଚଢ଼ାଉ କରିଛି ବନବିଭାଗ। ଏହି ଚୋରା ଚାଲାଣରେ ସଂପୃକ୍ତ ୨ ମାଫିଆଙ୍କୁ ଗିରଫ କରିବା ସହ ବିଜା କାଠ ପଟା ୨୩ଟି, ୪୦ଟି ଶାଳ କାଠ ସାଇଜ ଜବତ କରିଛି ବନବିଭାଗ।

ଗିରଫ ହୋଇଥିବା ୨ ଜଣ ବ୍ୟକ୍ତି ହେଲେ ମାଛକୁଣ୍ଡ ଥାନା ଅନ୍ତର୍ଗତ ବୁରଡ଼ିପୁଟର ଶଙ୍କର ପୂଜାରୀ ଓ ବୈପାରୀଗୁଡା ଦଶମନ୍ତପୁରର ମାଧବ ବୁରୁଡି।

ଶୁକ୍ରବାର ବିଳମ୍ବିତ ରାତିରେ ବୈପାରୀଗୁଡା ବନାଞ୍ଚଳ ଡେପୁଟି ରେଞ୍ଜର ରମେଶ ରାଉତଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ ହୋଇଥିଲା।

Comment