ଓଡ଼ିଶାଲାଇଭ୍‌ ବ୍ୟୁରୋ

5-T ସଚିବ ଭିକେ ପାଣ୍ଡିଆନ୍‌ ଶୁକ୍ରବାର ସକାଳେ ଗଞ୍ଜାମ ଜିଲ୍ଲାର ତାରାତାରିଣୀ ପୀଠ ପରିଦର୍ଶନ କରିଥିଲେ। ସେ ସେଠାରେ ତାରାତାରିଣୀ ଦର୍ଶନ କରିବା ସହ ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ।

ଭିକେ ପାଣ୍ଡିଆନ୍‌ ସକାଳ ୬ଟା ପୁର୍ବରୁ ତାରାତାରିଣୀ ପୀଠରେ ପହଞ୍ଚି ଥିଲେ। ସେଠାରେ ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ ହିଞ୍ଜିଳି ବ୍ଲକ୍‌ ଓ ମୁନିସିପାଲିଟିର ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ। ବିଶେଷକରି ପାଠପଢ଼ା, ପିଇବା ପାଣି ଓ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।

‘ମୋ’ ସରକାର’ ଯୋଜନା କାର୍ଯ୍ୟକାରୀ ହେବାପରେ‘୫-ଟି’ ସଚିବ ଭି କେ ପାଣ୍ଡିଆନ୍ ଆଗରୁ ଏଭଳି ଲିଙ୍ଗରାଜ ମନ୍ଦିର, କୋଣାର୍କ ମନ୍ଦିର ସମେତ କେତେକ ତୀର୍ଥସ୍ଥଳରେ ଅଚାନକ ପହଞ୍ଚି ସମୀକ୍ଷା କରିଛନ୍ତି।

Comment