ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦରେ ଶୁକ୍ରବାର ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି।

ଏଥିରେ ଯେଉଁ ସବୁ ବିଷୟ ରହିଛି ତାହା ସଂକ୍ଷେପରେ –

  • ଦେଶର ଆର୍ଥିକ ଅଭିବୃଦ୍ଧିରେ ଯେତିକି ଶିଥିଳତା ଆସିବାର ଥିଲା ତାହା ଆସିଯାଇଛି। ଆସନ୍ତାବର୍ଷ ଏହି ଅଭିବୃଦ୍ଧି ହାର ଜୋର ଧରିବ। ଏହା ୬.୫ ପ୍ରତିଶତ ପର୍ଯ୍ୟନ୍ତ ଚାଲି ଯାଇପାରେ।
  • ଚଳିତ ବର୍ଷ ଅଭିବୃଦ୍ଧି ହାର ୫% ରହିଥିଲା। ଏହାର କାରଣ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଦେଖା ଦେଇଥିବା ମାନ୍ଦା ଅବସ୍ଥା।
  • ଏଥରର ସର୍ଭେଟି ଈଷତ ବାଇଗଣି ରଙ୍ଗର ପ୍ରଛଦ ସହିତ ଉପସ୍ଥାପନ କରିଥିଲେ ସୀତାରମଣ। ଏହି ଲାଭେଣ୍ଡେର ରଙ୍ଗ ନୂଆ କରି ଆସିଥିବା ଶହେ ଟଙ୍କାର ନୋଟର ରଙ୍ଗ  ଭଳି ଦେଖିବାକୁ ଥିଲା।
  • ସର୍ଭେରେ କୁହାଯାଇଛି ଯେ ସମ୍ପତ୍ତିର ଆବଣ୍ଟନ ନିତାନ୍ତ ଆବଶ୍ୟକ କିନ୍ତୁ ତା ପୂର୍ବରୁ ସମ୍ପତ୍ତି ସୃଷ୍ଟି କରିବା ଦରକାର।
  • ବିଶ୍ୱ ବଜାର ପାଇଁ ଭାରତରେ ବିଭିନ୍ନ ସାମଗ୍ରୀର ଆସେମ୍ବଲିଂ କରାଯିବା ଆବଶ୍ୟକ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ଯାହାଫଳରେ ରୋଜଗାର ଓ ନିଯୁକ୍ତି ସୃଷ୍ଟି ହେବ।
  • ଦେଶର ବାଣିଜ୍ୟ କାରବାର ବଢ଼ାଇବା ପାଇଁ ରପ୍ତାନୀ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ବନ୍ଦର ଗୁଡିକରେ ନାଲିଫିତା କାରବାର ଶେଷ ହେବା ଉଚିତ।
  • ସମ୍ପତ୍ତିର ପଞ୍ଜିକରଣ, ଟିକସ ଆଦାୟ ଇତ୍ୟାଦିରେ ସରଳିକରଣ ହେବା ଦରକାର ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।
  • ସରକାରୀ ବ୍ୟାଙ୍କର ପରିଚାଳନା ଅଧିକ ଦକ୍ଷ ହେବା ଦରକାର ଓ ପୁଞ୍ଜିନିବେଶକାରୀଙ୍କ ଭରସା ଆସିବା ଦରକାର ବୋଲି ଏହି ସମୀକ୍ଷାରେ ଉଲ୍ଲେଖ ରହିଛି।
  • ଅର୍ଥ ବ୍ୟବସ୍ଥା ଓ ବଜାରକୁ ଦୃଢ଼  କରିବା ପାଇଁ ୧୦ଟି ନୂଆ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଆର୍ଥିକ ସମୀକ୍ଷାରେ ଏକଥା ମଧ୍ୟ ରହିଛି ଯେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଋଣ ସୁଧହାର କମା ଯାଇଥିଲେ ମଧ୍ୟ ଏହା ପ୍ରଭାବଶାଳୀ ହୋଇ ନାହିଁ।

Comment