ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରି ନିର୍ମଳା ସୀତାରମଣ। ଲୋକସଭାରେ ସେ ବଜେଟ୍‌ ଆଗତ କରୁଛନ୍ତି। ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ସରକାରର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ୍‌ ଆଗତ କରିବା ପୂର୍ବରୁ ଅଭିଭାଷଣ ରଖିଛନ୍ତି।

‘‘ଜିଏସ୍‌ଟି ଲାଗୁ କରିବା ଏକ ଐତିହାସିକ ପଦକ୍ଷେପ। ଜିଏସ୍‌ଟି ଲାଗୁ କରି ସରକାର ଅର୍ଥନୀତିରେ ସ୍ଵଚ୍ଛତା ଆଣିବାକୁ ଉଦ୍ୟମ କରିଛନ୍ତି। ଦେଶବାସୀ ତାଙ୍କର ସେବା କରିବା ପାଇଁ ଆମକୁ ବହୁମତ ଦେଇଛନ୍ତି। ଲୋକଙ୍କୁ ଉନ୍ନତମାନର ଜୀବନ ଶୈଳୀ ଦେବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଦେଶବାସୀଙ୍କ ଆଶା ଓ ଆଙ୍କାକ୍ଷାକୁ ଆଖି ଆଗରେ ରଖି ବଜେଟ୍‌ ଉପସ୍ଥାପନ କରାଯିବ। ଦେଶର ବିକାଶ କେମିତି ହେବ ସେଥିପ୍ରତି ଆମ ସରକାର ଗୁରୁତ୍ୱ ଦେଉଛନ୍ତି’’, କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Comment