ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ନାହାନ୍ତି ବିପ୍ଲବୀ କବି ରବି ସିଂ। କଟକ ଖପୁରିଆସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ରବି ସିଂ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। କଟକ ଏସ୍‌ସିବିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।

ରବି ସିଂ ୧୯୬୧ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୨୦୧୭ରେ ମଧ୍ୟ ତାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ କରାଯାଇଥିଲା।

‘ପଥ ପ୍ରାନ୍ତରେ କବିତା’, ‘ଅପ୍ରୀତିକର କବିତା’, ‘ପଦାତିକ’, ‘ବିଷବାଣୀ’, ‘କ୍ଷତ’, ’ଲାଲ୍‌ ପାଗୋଡ଼ାର ପ୍ରେତ ଓ ଅନ୍ୟ କବିତା’ର ସ୍ରଷ୍ଟା ହେଉଛନ୍ତି ରବି ସିଂ।

Comment