ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀଙ୍କ ଏସପିଜି ସୁରକ୍ଷା ପାଇଁ ଖର୍ଚ୍ଚ ହେବ ୬ ଶହ କୋଟି ଟଙ୍କା। ଶନିବାର ଏନେଇ ବଜେଟ୍ ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଗତବର୍ଷ ବଜେଟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୫୪୦ କୋଟି ଟଙ୍କା ରଖାଯାଇଥିଲା। ଚଳିତବର୍ଷ ଏଥିରେ ୬୦ କୋଟି ଟଙ୍କା ବୃଦ୍ଧି କରାଯାଇଛି। ୩ ହଜାର କମାଣ୍ଡୋଙ୍କୁ ନେଇ ଗଠିତ ଏହି ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ (SPG) ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି। ଏମାନେ ଦିନରାତି ପ୍ରଧାନମନ୍ତ୍ରୀଙ୍କ ଚାରିପାଖରେ ରହି ତାଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି।ଏହା ପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ, ଗାନ୍ଧୀ ପରିବାରର ସଦସ୍ୟଙ୍କୁ ଏସପିଜି ସୁରକ୍ଷା ପ୍ରଦାନ କରାଯାଉଥିଲା। ହେଲେ ଗତବର୍ଷ ଗୃହ ମନ୍ତ୍ରାଳୟ ଏହାକୁ ଉଠାଇଦେଇଥିଲା। ଗତବର୍ଷ ଅଗଷ୍ଟ ମାସରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ନଭେମ୍ବରରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ସୁରକ୍ଷାରୁ  ମଧ୍ୟ ଏସପିଜି କମାଣ୍ଡୋମାନଙ୍କୁ ହଟେଇ ଦିଆଯାଇଥିଲା।

ବର୍ତ୍ତମାନ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏସପିଜି ସୁରକ୍ଷା ଯୋଗାଇଦିଆଯାଉଛି।

Comment