ଓଡ଼ିଶାଲାଇଭ୍ ବ୍ୟୁରୋ

ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କୁ ହୋଇନାହିଁ କୋରୋନା। ନମୁନା ଯାଞ୍ଚ ପରେ ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡ଼ିଛି। ଏନେଇ ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶାରୁ ଏବେ ସୁଦ୍ଧା ୫ ଜଣ ସନ୍ଦିଗ୍ଧଙ୍କ ରକ୍ତ ନମୁନା ଯାଞ୍ଚ ପାଇଁ ପଠାଯାଇଥିଲା। ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଛି। ଫଳରେ ଓଡ଼ିଶା ଉପରେ କୋରୋନର ପ୍ରଭାବ ପଡ଼ିନାହିଁ ବୋଲି ଅନେକ କହୁଛନ୍ତି।

କୋରୋନା ପାଇଁ ଏବେ ବି ରାଜ୍ୟ ସରକାର ସଜାଗ ରହିଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ପ୍ରତି ଜିଲ୍ଲା ଚିକିତ୍ସାଳୟକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comment