ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଡ୍‌ନୀ ଦାନ କରିଥିବା ଦିବଙ୍ଗତ ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ସୁରଜ ଯୋଜନାରେ ତାଙ୍କୁ ସମ୍ମାନିତ କରାଯିବା ସହ ଆପୋଲୋରେ ଚିକିତ୍ସାଧୀନ ଥିବା ପ୍ରିୟଙ୍କାଙ୍କ ଝିଅର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବାସିନ୍ଦା ପି. ପ୍ରିୟଙ୍କାରାଣୀ ପାତ୍ର ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବ୍ରେନ୍‌ ଡେଡ୍‌ ଘୋଷିତ ହେବା ପରେ ପ୍ରିୟଙ୍କାଙ୍କ ଗୋଟେ କିଡ୍‌ନୀ ବରଗଡ଼ ଜିଲ୍ଲା ଅତାବିରା କୁହୁଣ୍ଡାର ଫିରୋଜ ସାହୁଙ୍କୁ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କଠାରେ ପ୍ରତ୍ୟାରୋପଣ କରାଯାଇଛି।

କିଡ୍‌ନୀ ଦାନ କରିବା ଫଳରେ ଦୁଇ ଦୁଇଟି ଲୋକଙ୍କୁ ନୂଆ ଜୀବନ ମିଳିପାରିଛି।

ପି ପ୍ରିୟଙ୍କାରାଣୀଙ୍କ କୁନି ଝିଅ ଏବେ ଜୀବନ ସହ ସଂଘର୍ଷ କରୁଛି।

ଏହା ହେଉଛି ଓଡ଼ିଶାରେ ପ୍ରଥମ ‘କାଡାଭର ଟ୍ରାନ୍ସପ୍ଲାଣ୍ଟ’ (ମୃତ ଦେହରୁ ଅଙ୍ଗପ୍ରତ୍ୟଙ୍ଗ କାଢ଼ି ଜୀବନ୍ତ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରିବା)।

Comment