ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀର ସମସ୍ତ ବିଧାନସଭା ଆସନ ପାଇଁ ଶନିବାର ଭୋଟଗ୍ରହଣ କରାଯାଉଛି। ନିର୍ବାଚନ କମିସନରଙ୍କ ସୂଚନା ଅନୁଯାୟୀ ଦିନ ୧୨ଟା ସୁଦ୍ଧା ଦିଲ୍ଲୀରେ ମୋଟ୍ ୧୫.୬୮ ପ୍ରତିଶତ ଭୋଟିଂ ହୋଇଛି।

ସକାଳ ୮ଟାରୁ ଏହି ଭୋଟିଂ ଆରମ୍ଭ ହୋଇଛି। ଏହା ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ସୁଦ୍ଧା ବହୁ ନାମୀଦାମୀ ନେତା ଦିଲ୍ଲୀ ବିଧାନସଭା ପାଇଁ ଭୋଟ୍ ଦେଇସାରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜ ନିଜର ଭୋଟ ଦେଇସାରିଛନ୍ତି।

ଏହି ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ପୂର୍ବରୁ ଦିଲ୍ଲୀ ବିଧାନସଭାର ୭୦ଟି ଆସନରୁ ୬୭ଟି ସିଟ୍ ହାତେଇଥିବା ଆପ୍ ପୁଣିଥରେ ଦିଲ୍ଲୀ ଦଖଲ କରିବାକୁ ଲକ୍ଷ୍ୟ ରଖିଛି। ସେହିପରି ବିଜେପି ଆପକୁ ଚକମା ଦେଇ ଦିଲ୍ଲୀରେ ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛି।

Comment