ଓଡ଼ିଶାଲାଇଭ୍‌ ବ୍ୟୁରୋ

୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଲାଗି ରହିବ। ସେହିଦିନ ଅପରାହ୍‌ଣକୁ ବର୍ଷା କମିବା ସହ ପାଗରେ ପରିବର୍ତ୍ତନ ହେବ ଓ ୧୦ ତାରଖକୁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏହାସହ ୨୪ ଘଣ୍ଟା ମଧ୍ୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ପହିବ। ଭଦ୍ରକ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ବରଗଡ଼ରେ ଘନ କୁହୁଡ଼ିର ପ୍ରଭାବ ରହିବ। ୧୦ ତାରଖ ପରେ ତାପମାତ୍ରା ୩ରୁ ୪ ଡିଗ୍ରୀ କମିବା ସହ ଥଣ୍ଡା ବଢ଼ିବାର ସମ୍ଭାବନା ରହିଛି।

ଶୁକ୍ରବାରଠାରୁ ରାଜ୍ୟରେ କୋହଲା ପାଗକୁ ଝିପିଝିପି ବର୍ଷା ଲାଗି ରହିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗିରରେ ସର୍ବାଧିକ ୩୩ ମିମି ବର୍ଷା ରେକର୍ଡ ହୋଇଛି।

Comment