ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଦ୍ରୁତ ଗତିରେ ଗାଡ଼ି ଚଲାଇବା ହେଲା କାଳ। ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଲା ଏକ ସ୍କ୍ରୋପିଓ। ଫଳରେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଦୁର୍ଘଟଣା ଘଟିଛି ରାୟଗଡ଼ା ସହର ଉପଖଣ୍ଡ ହାଲୁଆ ଗ୍ରାମ ନିକଟ ୩୨୬ନଂ ଜାତୀୟ ରାଜପଥରେ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଘଟଣାରେ ଆହତମାନେ ହେଲେ ରାଜି ନାୟକ, ଉପେନ୍ଦ୍ର ନାୟକ, ମଙ୍ଗଲାଲ ନାୟକ ଓ ସୁରେନ୍ଦ୍ର ବାଗ।

ଦୋରାଗୁଡ଼ା ଥାନା ଅନ୍ତର୍ଗତ ଡି କଲରା ଗ୍ରାମର ୭ ଜଣ ବ୍ୟକ୍ତି ଏକ ସ୍କ୍ରୋପିଓ ଯୋଗେ ରାୟଗଡ଼ା ସହରସ୍ଥିତ ସାଇପ୍ରିୟାନଗରଠାରେ ବିବାହ ଭୋଜିରେ ଯୋଗଦେବା ପାଇଁ ଯାଉଥିଲେ। ଗାଡ଼ିର ବେଗ ଜୋରରେ ଥିବାରୁ ହାଲୁଆ ନିକଟ ଏକ ବୁଲାଣି ରାସ୍ତାରେ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବା ଫଳରେ ଗାଡି ରାସ୍ତା କଡ଼କୁ ଓଲଟି ଯାଇଥିଲା।

Comment