ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ବିଜୟ ଆଡ଼କୁ ବଢ଼ିଚାଲିଛି। ଦଳୀୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଉଛି। କହିବାକୁ ଗଲେ ଦିଲ୍ଲୀରେ ଆପର ବିଜୟ ଏକ ପ୍ରକାଶ ସୁନିଶ୍ଚିତ। ଏହି ବିଜୟ ସହ କେଜରିଓ୍ଵାଲ ତାଙ୍କ ପତ୍ନୀଙ୍କୁ ଜନ୍ମଦିନର ଉପହାର ଦେବାକୁ ଯାଉଛନ୍ତି।

ଆଜି ହେଉଛି ଆପ୍‌ ମୁଖ୍ୟ ଅରବିନ୍ଦ କେଜରିଓ୍ଵାଲଙ୍କ ପତ୍ନୀ ସୁନିତା କେଜରିଓ୍ଵାଲଙ୍କ ଜନ୍ମଦିନ। ଏହି ଅବସରରେ ଉଭୟ କେକ୍‌ କାଟି ଜନ୍ମଦିନ ପାଳନ କରିଛନ୍ତି। ଗୋଟିଏ ପଟେ ବିଜୟ ପାଇଁ ଦଳୀୟ କାର୍ଯ୍ୟାଳୟ ଉଠୁଥିବା ପଡୁଥିବା ବେଳେ ଅନ୍ୟପଟେ କେଜରିଓ୍ଵାଲଙ୍କ ଘରେ ସୁନୀତାଙ୍କ ଜନ୍ମଦିନ ପାଇଁ ଖୁସିର ମାହୋଲ।

ନିର୍ବାଚନୀ ପ୍ରଚାର ବେଳେ ସୁନିତା ଦିଲ୍ଲୀରେ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ କରିଥିଲେ। ଘରେ ଘରେ ବୁଲି କେଜରିଓ୍ଵାଲଙ୍କ ପାଇଁ ଭୋଟ ମାଗିଥିଲେ। ସୁନିତାଙ୍କ ସହ ତାଙ୍କ ପୁଅ ଝିଅ ମଧ୍ୟ କେଜିଓ୍ଵାଲଙ୍କ ପାଇଁ କ୍ୟାମ୍ପେନିଂ କରିଥିଲେ।

ମଙ୍ଗଳବାର ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟଗଣନା କରାଯାଉଛି। ମଧ୍ୟାହ୍ନ ସୁଦ୍ଧା ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀମାନେ ବିଜେପିର ପ୍ରାର୍ଥୀମାନଙ୍କୁ ମାତ୍ ଦେଇ ଅଧିକାଂଶ ସିଟରେ ଆଗୁଆ ରହିଛନ୍ତି। ଦିଲ୍ଲୀର ୭୦ଟି ବିଧାନସଭା ସିଟରୁ ଆପ୍ ପ୍ରାର୍ଥୀମାନେ ପ୍ରାୟତଃ ୬୩ଟି ସିଟରେ ଆଗୁଆ ରହିଛନ୍ତି। ସେହିପରି ବିଜେପି ୭ଟି ବିଧାନସଭା ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସର ହାତ ଖାଲିରହିଛି।

Comment