ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ଆପ୍‌ ନେତା ତଥା ଜଣାଶୁଣା କବି କୁମାର ବିଶ୍ୱାସଙ୍କ କାର୍‌ ଚୋରି ହୋଇଯାଇଛି। ଉତ୍ତରପ୍ରଦେଶ ଗାଜିଆବଦର ଇନ୍ଦିରାପୁରମ୍‌ସ୍ଥିତ ଘର ସାମ୍ନାରୁ ଦୁବୃର୍ତ୍ତ ତାଙ୍କ କାର୍‌କୁ ଚୋରି କରି ନେଇଛନ୍ତି।

ଏନେଇ କୁମାର ବିଶ୍ୱାସ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ଛାନଭିନ୍‌ ଆରମ୍ଭ କରିଛି। ଆଖପାଖ ଅଞ୍ଚଳରେ ଲାଗିଥିବା ସିସି ଟିଭି ଫୁଟେଜ ଦେଖିବା ଆରମ୍ଭ କରିଛି ପୋଲିସ।

ଶୁକ୍ରବାର ରାତିରେ କୁମାର ବିଶ୍ୱାସ ଘର ଆଗରେ ତାଙ୍କ  ଫର୍ଚ୍ୟୁନର କାର୍‌ ରଖିଥିଲେ। ଶନିବାର ସକାଳୁ ଘର ଆଗରୁ କାର୍‌ ଗାୟବ ହୋଇଯାଇଥିଲା। ରାତି ପ୍ରାୟ ୧ଟା ବେଳକୁ ଗାଡ଼ି ଚୋରି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Comment