ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ଯୁବତୀଙ୍କୁ ଗୋଆରେ ଦୁଷ୍କର୍ମ ପରେ ହତ୍ୟା କରଯାଇଛି। ଏହି ଘଟଣାରେ ଗୋଆ ପୋଲିସ କଳାହାଣ୍ଡି ଜିଲ୍ଲା ଲୋକସରା ଥାନା ପିପଲପଡ଼ା ଗାଁ ରୂପେନ୍ଦ୍ର ନାୟକ, ନବରଙ୍ଗପୁରର କ୍ରିଷ୍ଣାଙ୍କୁ ଗିରଫ କରିଛି।

ଯୁବତୀ ଜଣକ  ନର୍ଥ ଗୋଆ ଅଞ୍ଚଳରେ ରହୁଥିଲେ। ସେଠାରେ ରୂପେନ୍ଦ୍ର, କ୍ରିଷ୍ଣା ମଧ୍ୟ ରହୁଥିଲେ ମଧ୍ୟ ରହୁଥିଲେ। ଯୁବତୀଙ୍କ ସହ କ୍ରିଷ୍ଣାଙ୍କର ପ୍ରେମ ସଂପର୍କ ଥିଲା। ଗତ ଫେବ୍ରୁଆରି ୭ ତାରିଖରେ କ୍ରିଷ୍ଣା ଯୁବତୀଙ୍କୁ ଦେଖା କରିବାକୁ ଏକ ନିଛାଟିଆ ରାସ୍ତାକୁ ଡାକିଥିଲେ। ସେଠାରେ ଯୁବତୀଙ୍କୁ କ୍ରିଷ୍ଣା, ରୂପେଶ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ।

ଏହାପରେ ଯୁବତୀଙ୍କ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଗତ ୧୩ ତାରିଖରେ ଯୁବତୀଙ୍କ ପରିବାର ଲୋକ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହାପରେ କଳାହାଣ୍ଡି ପୋଲିସ ସହାୟତାରେ ଗୋଆ ପୋଲିସ ରୂପେଶ ଓ କ୍ରିଷ୍ଣାଙ୍କୁ ଗିରଫ କରିଥିଲା।

LEAVE A REPLY

Please enter your comment!
Please enter your name here