ଓଡ଼ିଶାଲାଇଭ୍‌ ବ୍ୟୁରୋshivlangi

ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଖୁବ୍‌ ସରଳ। ଖୁବ୍‌ ଅଳ୍ପରେ ସନ୍ତୁଷ୍ଟ ହେଉଥିବାରୁ ତାଙ୍କୁ ଆଶୁତୋଷ ବୋଲି  ମଧ୍ୟ କୁହାଯାଏ। ସେଥିପାଇଁ ମହାଦେବଙ୍କର ସବୁଠୁବଡ଼ ପର୍ବ ମହାଶିବରାତ୍ରୀ ବା ଜାଗରରେ ଭକ୍ତମାନେ ତାଙ୍କୁ ପ୍ରସନ୍ନ କରିବାକୁ ଉପବାସ କରିଥାନ୍ତି। ରାତିରେ ଉଜାଗର ରହି ଦୀପ ଜାଳିଥାନ୍ତି। କେହି କେହି ଭକ୍ତ ଶିବଙ୍କୁ ସନ୍ତୁଷ୍ଟ କରିବା ଲାଗି ତାଙ୍କର ପ୍ରିୟ ଫୁଲ ଅର୍ପଣ କରିଥାନ୍ତି।  ମହାଦେବଙ୍କ ପ୍ରିୟ ଫୁଲ ତାଙ୍କୁ ଅର୍ପଣ କଲେ ସେ ପସନ୍ନ ହୋଇଥାନ୍ତି ବୋଲି ସାଧାରଣରେ ବିଶ୍ୱାସ ରହିଛି।

ଅଳସୀ ଫୁଲ ମହାଶିବରାତ୍ରିରେ ଶିବଙ୍କୁ ଅର୍ପଣ କଲେ ସବୁ ପାପ ମୋଚନ ହୋଇଥାଏ ବୋଲି ମାନ୍ୟତା ରହିଛି।ସେହିପରି ନାଲି ତଥା ଧଳା ଅରଖ ଫୁଲରେ ଶିବଙ୍କୁ ପୂଜା କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

କନିଅର ଫୁଲ ବି ଶିବଙ୍କର ସବୁଠାରୁ ପ୍ରିୟ। ଶିବରାତ୍ରିରେ ଶିବଙ୍କୁ ଏହି ଫୁଲରେ ପୂଜାର୍ଚ୍ଚନା କଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି।

ଦୁଦୁରା ଫୁଲ ମଧ୍ୟ ମହାଦେବଙ୍କ ଭାରି ପ୍ରିୟ। ଯେଉଁ ଦମ୍ପତି ମହାଶିବରାତ୍ରି ଅବସରରେ ଏହି ଫୁଲରେ ମହାଦେବଙ୍କୁ ପୂଜା ଅର୍ଚ୍ଚନା କଲେ କୃପା ପ୍ରାପ୍ତି ହୋଇଥାଏ। ଚମ୍ପା, ମଲ୍ଲୀ ଫୁଲ ମଧ୍ୟ ଅର୍ପଣ କରିପାରିବେ।

Comment