ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ବ୍ୟକ୍ତିମାନେ ଫେବ୍ରୁଆରି ୨୦ ତାରିଖ ସୁଦ୍ଧା ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା:

ମେଡିକାଲରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ଯେକୌଣସି ମେଡିକାଲ କଲେଜ୍‌ କିମ୍ବା ଇନ୍‌ଷ୍ଟିଚ୍ୟୁସନ୍‌ରେ ପ୍ରଫେସର/ଆସୋସିଏଟ୍‌ ପ୍ରଫେସର/ରିଡର୍‌ ଭାବେ ଅତିକମ୍‌ରେ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ ସୀମା– ୨୦୨୦ ଜାନୁଆରି ୩୧ ସୁଦ୍ଧା ୬୨ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତି ହୋଇଥିବେ।

ଦରମା– ୩୭, ୪୦୦ରୁ ୬୭,୦୦୦ ଟଙ୍କା

ଆବେଦନ ପକ୍ରିୟା:

ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୨୦ ସଂଧ୍ୟା ୫ଟା ପୂର୍ବରୁ ନିମ୍ନଲିଖିତ ଠିକଣାରେ ଡାକ ମାଧ୍ୟମରେ ଦାଖଲ କରିବେ।

ଠିକଣା– Deputy Secretary to Govt. (Medical Education-I), Health & FW Department, Lok Seva Bhawan, Bhubaneswar, 751001, Odisha

ଅଧିକ ସୂଚନା ପାଇଁ dmetodisha.gov.in ଓ୍ଵେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ।

Comment