ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀରେ ଧରାପଡ଼ିଲେ ଜଣେ ନକଲି ମାଟ୍ରିକ ପରୀକ୍ଷାର୍ଥୀ। ବାସୁଦେବପୁର କନକଦୁର୍ଗା ହାଇସ୍କୁଲରେ ଇଂରାଜୀ ପରୀକ୍ଷା ଦେଉଥିବା ବେଳେ ଧରାପଡ଼ିଲେ। ନକଲି ପରୀକ୍ଷାର୍ଥୀ ଜଣକ ହେଉଛନ୍ତି ସୌମ୍ୟରଞ୍ଜନ ମହାନ୍ତି। ସେ ପଥରପଦା ହାଇସ୍କୁଲର ରାଜା ପାତ୍ର ନାମକ ଜଣେ ପରୀକ୍ଷାର୍ଥୀଙ୍କ ବଦଳରେ ପରୀକ୍ଷା ଦେଉଥିଲେ। ବର୍ତ୍ତମାନ ପୋଲିସ ତାଙ୍କୁ ଅଟକ ରଖିଛି।

ପରୀକ୍ଷା ସମୟରେ ଦାୟିତ୍ଵରେ ଥିବା ଶିକ୍ଷକ ଯାଞ୍ଚ ବେଳେ ଧରାପଡ଼ିଥିଲେ ନକଲି ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀ ଜଣକ ଧରାପଡ଼ିବା ପରେ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ। ପରେ ଏନେଇ ପୋଲିସ ଖବର ଦିଆଯିବା ପରେ ନକଲି ପରୀକ୍ଷାର୍ଥୀଙ୍କୁ ପୋଲିସ ଅଟକ ରଖିଛି।

ସେହିପରି ପ୍ରଥମଦିନ ମାଟ୍ରିକ ପରୀକ୍ଷାରେ ବାଲେଶ୍ଵରରୁ ଜଣେ ମାଟ୍ରିକ ପରୀକ୍ଷାର୍ଥୀ ଧରାପଡ଼ିଥିଲେ। ପାଉଁଶକୁଲି ଗ୍ରାମର ରାଧାନାଥ ହାଇସ୍କୁଲରେ ନକଲି ପରୀକ୍ଷାର୍ଥୀ ଜଣକ ଧରାପଡ଼ିଥିଲେ। ତାଙ୍କ ନାଁ ହିମାଶୁଂ ବେହେରା।

Comment