ଓଡ଼ିଶାଲାଇଭ୍ ବ୍ୟୁରୋ

ଅଜବ ଲାଗୁଥିଲେ ମଧ୍ୟ ସତ। ଦିନରେ କେବଳ ଗୋଟିଏ ଥର ଖାଦ୍ୟ ଖାଇଥାନ୍ତି ଟୁଇଟରର ସିଇଓ।

ଜଣେ ଲୋକ ଗୋଟିଏ ଦିନରେ ମଧ୍ୟରେ କେବଳ ଥରେ ଖାଦ୍ୟ ଗ୍ରହଣ କରୁଛି। ରାତ୍ରି ଭୋଜନ ବ୍ୟତୀତ ଏହି ଲୋକ ଦିନର ଆଉ କୌଣସି ସମୟରେ ଖାଦ୍ୟ ଗ୍ରହଣ କରୁନାହାନ୍ତି। ଆପଣଙ୍କୁ ଏହି କଥାଟି ନିଶ୍ଚୟ ଆଶ୍ଚର୍ଯ୍ୟ କରୁଥିବ, କିନ୍ତୁ କଥାଟି ପୂରାପୂରି ସତ।

ସୋସିଆଲ୍ ମିଡିଆରେ ରାଜୁତି କରୁଥିବା ‘ଟୁଇଟର’ର ସିଇଓ ଜ୍ୟାକ୍ ଡର୍ସି ପ୍ରତି ଦିନ କେବଳ ଥରେ ହିଁ ଖାଦ୍ୟ ଗ୍ରହଣ କରିଥାନ୍ତି। ଗୋଟିଏ ୟୁଟ୍ୟୁବ୍ ଇଣ୍ଟରଭ୍ୟୁରେ ସେ ଏହି କଥାକୁ ଖୁଲାସା କରିଛନ୍ତି।

ସେ କହିଥିଲେ ଯେ ସପ୍ତାହକୁ ସେ କେବଳ ୭ଥର ଖାଦ୍ୟ ଗ୍ରହଣ କରିଥାନ୍ତି। କେବଳ ରାତ୍ରି ସମୟରେ ହିଁ ସେ ଖାଦ୍ୟ ଖାଇଥାନ୍ତି। ସେଥିରେ ସେ ମାଛ, ଚିକେନ୍ ଓ ସବୁଜ ପନିପରିବା ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି ବୋଲି କହିଥିଲେ। ଏହାସହିତ ସେ ବରଫ ପାଣିରେ ମଧ୍ୟ ଗାଧୋଇଥାନ୍ତି ବୋଲି ମଧ୍ୟ ଖୁଲାସା କରିଛନ୍ତି। ଜ୍ୟାକଙ୍କ ଜୀବନ ସମ୍ବନ୍ଧୀୟ  ଏହି ଖୁଲାସା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଣେ ଲୋକ ଏତେ ବଡ଼ ପଦବୀରେ ଥାଇ ମଧ୍ୟ କିଭଳି ସପ୍ତାହକୁ ସାତଥର ଖାଇ ଜୀବନ ଅତିବାହିତ କରୁଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Comment