ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ୍ ମିଡିଆକୁ ବାଏ ବାଏ କହିବେନି ମୋଦୀ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ୍ ମିଡିଆଠୁ ଦୂରେଇ ଯିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ନିଜେ ମୋଦୀ।

ସେ ମଙ୍ଗଳବାର ଟୁଇଟ୍ କରି ଲେଖିଛନ୍ତି ଯେ, ବିଶ୍ୱ ମହିଳା ଦିବସ ଅବସରରେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟକୁ ସେ ମହିଳାଙ୍କ ପାଇଁ ସମର୍ପଣ କରିଛନ୍ତି। ମହିଳା ଦିବସ ଅବସରରେ ଏକ ନୂଆ କ୍ୟାମ୍ପେନ ଆରମ୍ଭ କରାଯାଇଛି। ଏହି କ୍ୟାମ୍ପେନରେ ମୋଦୀଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ କେତେକ ଜଣାଣୁଣା ମହିଳାମାନେ ସମ୍ଭାଳିବେ। କେବଳ ସେହି ଦିନଟି ପାଇଁ ମୋଦୀ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ଦୂରେଇ ରହିବେ।

ସୋମବାର ରାତି ୮ଟା ୫୬ ମିନିଟରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ୍ ମିଡିଆଠୁ ଦୂରେଇଯିବେ ବୋଲି ଏକ ଟୁଇଟ୍ କରିଥିଲେ। ଏହାପରେ ଏହି କଥାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ସୋସିଆଲ୍ ମିଡିଆକୁ ଅତ୍ୟଧିକ ବ୍ୟବହାର କରୁଥିବା ମୋଦୀ କାହିଁକି ଏହାକୁ ବାଏ ବାଏ କହିବେ ତାକୁ ନେଇ ପ୍ରଶଂସକଙ୍କୁ ପ୍ରଶ୍ନରେ ସୋସିଆଲ୍ ମିଡିଆ ଫୁଲ୍ ହୋଇଯାଇଥିଲା।

ଏହି ଘଟଣାର ୧୬ ଘଣ୍ଟା ପରେ ମୋଦୀ ମଙ୍ଗଳବାର ପୁଣି ଟୁଇଟ୍ କରି ଏହା ଉପରୁ ପରଦା ହଟାଇଛନ୍ତି।

Comment