ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ସଦର ଥାନା ନିକଟସ୍ଥ କୁକୁଡ଼ାଖଣ୍ଡି ମଦ ଦୋକାନ ନିକଟରେ ଜଣେ ମହିଳାଙ୍କଠାରୁ ଟଙ୍କା ଲୁଟ୍‌ ଅଭିଯୋଗ ହୋଇଛି। ମହିଳା ଜଣକ ହେଲେ ସାବିତ୍ରୀ ଦାସ।

ସୋମବାର ସକାଳେ ମହିଳାଜଣକ ଟଙ୍କା ନେଇ ଯାଉଥିବା ବେଳେ କିଛି ମୁଖାଧାରୀ ଦୁର୍ବୃତ୍ତମାନେ ଆସି ତାଙ୍କଠାରୁ ଟଙ୍କା ଝାମ୍ପି ନେଇଥିଲେ। ମହିଳାଙ୍କଠାରୁ ୨୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ସାବିତ୍ରୀ ଦାସ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

Comment