ଓଡ଼ିଶାଲାଇଭ୍ ବ୍ୟୁରୋ

“ଶାନ୍ତି ଓ ସଦଭାବ ଆମ ଲୋକନୀତିର ପ୍ରମୁଖ ଅଂଶ। ଦିଲ୍ଲୀର ଭାଇ ଭଉଣୀମାନଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ମୁଁ ଅପିଲ କରୁଛି। ଖୁବଶୀଘ୍ର ଏହି ପରିସ୍ଥିତି ଶାନ୍ତ ହେବ”, ଦିଲ୍ଲୀ ହିଂସାକାଣ୍ଡ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଦିଲ୍ଲୀବାସୀଙ୍କୁ ଶାନ୍ତି ପାଇଁ ଅପିଲ୍ କରିଛନ୍ତି।

ଏଥିସହିତ ସେ ଲେଖିଛନ୍ତି ଯେ, ସେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଦେଖାଯାଇଥିବା ହିଂସାକାଣ୍ଡର ସ୍ଥିତି ସମୀକ୍ଷା କରିଛନ୍ତି। ପୋଲିସ୍ ଓ ଅନ୍ୟ ଏଜେନ୍ସିମାନେ ମଧ୍ୟ ସେଠାରେ ଶାନ୍ତି ପାଇଁ ପ୍ରୟାସ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ଟୁଇଟରେ ଲେଖିଛନ୍ତି।ଗତ ତିନି ଦିନ ଧରି ଦିଲ୍ଲୀରେ ସିଏଏକୁ ନେଇ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି। ସିଏଏ ସପକ୍ଷବାଦୀ ଓ ବିପକ୍ଷକାରୀଙ୍କ ମଧ୍ୟରେ ଜଳାପୋଡ଼ା ହେବା ସହିତ ପଥରମାଡ଼ ହେବାଭଳି ଘଟଣା ଦେଖିବାକୁ ମିଳିଛି। ଏପରିକି କେତେକ ସ୍ଥାନରେ ଗୁଳିମାଡ଼ ହେବାଭଳି ମଧ୍ୟ ଖବର ପ୍ରକାଶ ପାଇଛି।

ଏହି ହିଂସାକାଣ୍ଡରେ  ବର୍ତ୍ତମାନ ସୁଦ୍ଧା ଜଣେ ପୋଲିସ୍ କନଷ୍ଟେବଲଙ୍କ ସହ ମୃତ୍ୟୁସଂଖ୍ୟା ୨୦ରେ ପହଞ୍ଚିଛି। ଏଥିସହିତ ଏଥିରେ ୧୫୦ରୁ ଅଧିକ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Comment