ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ସହରର ଜଗଧାତ୍ରୀପୁର ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ। ସ୍ୱାସ୍ଥ୍ୟକେନ୍ଦ୍ରରେ ମୋବାଇଲ୍ ଲାଇଟ୍ ଜାଳି ପାଥୋଲୋଜି ବିଭାଗ ରିପୋର୍ଟ ପ୍ରସ୍ତୁତ କରୁଥିବା ଭଳି ଘଟଣା ନଜରକୁ ଆସିଛି।

ଜୟପୁରରେ ସହରରେ ବର୍ତ୍ତମାନ ବାରମ୍ବାର ବିଦ୍ୟୁତ କାଟ୍ କରାଯାଉଛି। ଜଗଧାତ୍ରୀପୁର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜେନେରେଟର ବ୍ୟବସ୍ଥା ନଥିବା ହେତୁ ପାଥୋଲୋଜି ବିଭାଗରେ ମୋବାଇଲ୍ ଲାଟି ଜାଳି ରିପୋର୍ଟ ପ୍ରସ୍ତୁତ ହେଉଥିବା ଭଳି ଘଟଣା ସାମନାକୁ ଆସିଛି।ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ସକାଳ ସମୟରେ ୮ଟାରୁ ୧୧ଟା ଓ ଅପରାହ୍ନରେ ୫ଟାରୁ ରାତି ୮ଟା ଯାଏଁ ଖୋଲା ରହିଥାଏ। ରାତି ସମୟରେ ମୁଖ୍ୟତଃ ଲାଇନ୍ କଟିବା ଯୋଗୁଁ ଅନେକ ଅସୁବିଧା ଦେଖିବାକୁ ମିଳିଛି। ରାତିରେ ରିପୋର୍ଟ ପ୍ରସ୍ତୁତ ହୋଇଥିବାରୁ ଏହାକୁ ନେଇ ଲୋକମାନେ ମଧ୍ୟ ଭୟଭୀତ ଅଛନ୍ତି। ଅନ୍ଧାରରେ ରିପୋର୍ଟ ଏପଟ ସେପଟ ହୋଇଯିବା ନେଇ ରୋଗୀମାନେ ମଧ୍ୟ ଭୟଭୀତ ହେଉଛନ୍ତି।

ସ୍ଥାନୀୟ ଅଞ୍ଚଳରେ ଅନ୍ୟ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ନଥିବା ହେତୁ ଲୋକମାନେ ମଧ୍ୟ ଅନ୍ୟ କୌଣସି ଉପାୟ ନପାଇ ସେହି ଗୋଟିଏ ହସ୍ପିଟାଲ ଉପରେ ଭରସା କରି ରହିଛନ୍ତି। ପ୍ରତିଦିନ ଏଠାକୁ ପ୍ରାୟ ୨ ଶହରୁ ଅଧିକ ରୋଗୀ ଆସୁଥିବା ବେଳେ ସେମାନଙ୍କୁ ସଠିକ୍ ସୁବିଧା ସୁଯୋଗ ମିଳିପାରୁନାହିଁ ବୋଲି ମଧ୍ୟ ଅଭିଯୋଗ ହେଉଛି।

Comment